Advertisment

ହସ୍ପିଟାଲ ଭିତରେ ଚାଲିଛି ହୋମଯଜ୍ଞ

ଯେଉଁଠି ବିଜ୍ଞାନ ଉପରେ ଡାକ୍ତରମାନେ ବିଶ୍ୱାସ କରୁଛନ୍ତି ସେଠି ପଣ୍ଡିତମାନେ ବସି ପାରମ୍ପରିକ ଢ଼ଙ୍ଗରେ କରୁଛନ୍ତି ହୋମଯଜ୍ଞ।

author-image
Madhupriya Mistry
Havan in Hospital

Havan in Hospital

ଗୋଟିଏ ପଟେ ଚାଲିଛି ଚିକିତ୍ସା। ଆଉ ଗୋଟିଏ ପଟେ ହୋମ କୁଣ୍ଡରେ ଜଳୁଛି ନିଆଁ। ହସ୍ପିଟାଲ ଭିତରେ ଚାଲିଛି ମନ୍ତ୍ର ଉଚ୍ଚାରଣ। ଯେଉଁଠି ବିଜ୍ଞାନ ଉପରେ ଡାକ୍ତରମାନେ ବିଶ୍ୱାସ କରୁଛନ୍ତି ସେଠି ପଣ୍ଡିତମାନେ ବସି ପାରମ୍ପରିକ ଢ଼ଙ୍ଗରେ କରୁଛନ୍ତି ହୋମଯଜ୍ଞ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀର ଏକ ହସ୍ପିଟାଲ ଭିତରେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଦିଲ୍ଲୀର ଘରୋଇ ହସ୍ପିଟାଲ। ଏହାର ଲବିରେ ଚାଲିଛି ହୋମ ଯଜ୍ଞ। ୪ ଜଣ ପୁଜାରୀ ବସି ମନ୍ତ୍ର ଉଚ୍ଚରାଣ କରୁଛନ୍ତି ଆଉ ହୋମ୍ ନିଆଁରେ ଆହୁତି ମଧ୍ୟ ଦେଉଛନ୍ତି। ହସ୍ପିଟାଲରେ ପ୍ରବେଶ ଗେଟ୍ ପାଖରେ ବସି ହୋମ ଯଜ୍ଞ କରୁଛନ୍ତି ପଣ୍ଡିତମାନେ। ସେପଟେ ଗେଟ୍ ପାଖରେ ଏକ ହ୍ୱିଲ୍‌ଚେଆର୍ ମଧ୍ୟ ରଖାଯାଇଛି। ଏହି ଫଟୋକୁ ଦ ହିନ୍ଦୁର ସ୍ଥାନୀୟ ସମ୍ପାଦକ ବର୍ଗିସ କେ ଜର୍ଜ ଟ୍ୱିଟ୍ ଜରିଆରେ ଶେଆର କରିଛନ୍ତି।

ଏହାକୁ ଟ୍ୱିଟ୍ କରି ବର୍ଗିସ୍ ଲେଖିଛନ୍ତି, ‘ଭଗବାନ ଆମକୁ ରକ୍ଷା କରନ୍ତୁ। ଦ୍ୱାରକାସ୍ଥିତ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ଅ ମନିପାଲ୍ ହସ୍ପିଟାଲ୍ ଭିତରେ ନିଶ୍ୱାସ ନେବାରେ ଅସୁବିଧା ଥିବା ଜଣେ ରୋଗୀଙ୍କ ସହ।’ 

Advertisment

 ଏହି ପୋଷ୍ଟକୁ ୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ହସ୍ପିଟାଲ ଭିତରେ ହୋମଯଜ୍ଞର ଭାଇରାଲ ହେଉଥିବା ଏହି ପୋଷ୍ଟକୁ ନେଇ ଅନେକ ଲୋକେ ପ୍ରଶ୍ନ ଉଠାଇଛନ୍ତି। ହସ୍ପିଟାଲ ପରିସର ଭିତରେ ଏଭଳି ହୋମ ଯଜ୍ଞ କରିବାକୁ କିଏ ଅନୁମତି ଦେଲା ବୋଲି ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି। ଆଉ କିଛି ୟୁଜର୍ସ ହସ୍ପିଟାଲରେ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରି ରୋଗୀଙ୍କ ଜୀବନ ବିପଦରେ ପକାଇ ଥିବା ଅଭିଯୋଗ କରିଛନ୍ତି। ଏଥିସହ ରୋଗୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। 

୨୦୨୧ରେ ଡେଲ୍ଟା ଷ୍ଟ୍ରେନ୍ କରୋନା ମାମଲା ବୃଦ୍ଧି ବେଳେ ଯେଉଁ ହସ୍ପିଟାଲ ଅଧିକ ଭୟାବହ ପରିସ୍ଥିତିର ସାମ୍ନାକୁ କରିଥିବା ତାହା ଏହି ହସ୍ପିଟାଲ ବୋଲି ଜଣେ ରୋଗୀ ଫଟୋ ଶେଆର କରି ଦାବି କରିଛନ୍ତି । 

Delhi Viral Photo Hospital