Advertisment

ଗୋଦାବରୀ ଏକ୍ସପ୍ରେସର ୬ କୋଚ୍‌ ଲାଇନଚ୍ୟୁତ

ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳି ନାହିଁ।

author-image
Tapas Behera
ଅଦ୍ୟତନ ହୋଇଛି
undefined

train

ବିଶାଖାପାଟନାମରୁ ସିକନ୍ଦ୍ରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସ ବୁଧବାର ଲାଇନଚ୍ୟୁତ ହୋଇଛି। ବିବିନଗରରୁ ଘଟକେଶ୍ୱର ମଧ୍ୟରେ ୬ଟି କୋଚ ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳି ନାହିଁ। ଲାଇନଚ୍ୟୁତ ହେବା ପରେ ରେଲ ଲାଇନ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ଦୁର୍ଘଟଣା ପରେ ଉକ୍ତ ରେଳଲାଇନରେ ଭୟପଟୁ ବହୁ ଟ୍ରେନକୁ ବାତିଲ କରାଯାଇଛି। ଖବର ପାଇ ରେଲୱେର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରା ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସେହିପରି ମରାମିତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ଗତ ଫେବ୍ୟଆରୀ ୩ ତାରିଖରେ ବାଚଲିରୁ କୋତାଭାଲସା ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ କୋତାଭାଲସା-କିରଣ୍ଡୁଲ ଲାଇନର ଶିବଲିଙ୍ଗପୁରମ୍‌ ପୂର୍ବରୁ ରହିଥିବା ୭ନମ୍ବର ଟନେଲ୍‌ ନିକଟରେ ଲାଇନଚ୍ୟୁତ ହୋଇୟଥିଲା ।

Advertisment

ଏଥିରେ ଲୁହାପଥର ଭର୍ତ୍ତି ୮ଟି ୱାଙ୍ଗନ ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ କିରଣ୍ଡୁଲ-ବିଶାଖାପାଟଣା, ବିଶାଖାପାଟଣା-କିରଣ୍ଡୁଲ, କିରଣ୍ଡୁଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସ, ବିଶାଖାପାଟଣା-କିରଣ୍ଡୁଲ ନାଇଟ୍ ଏକ୍ସପ୍ରେସ, ବିଶାଖାପାଟଣା-କିରଣ୍ଡୁଲ ସ୍ୱତନ୍ତ୍ର ଟ୍ରେନ୍ ଓ କିରଣ୍ଡୁଲ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରାଯାଇ ଥିଲା ।

ତାପୂର୍ବରୁ କୋତାଭାଲସା-ଆରକୁ ବିଭାଗର ଶିଭଲିଙ୍ଗପୁରମ୍ ଷ୍ଟେସନ ନିକଟରେ ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ଟ୍ରେନ୍ (୦୮୫୫୧) ଗତ ମାସ ୧୭ ତାରିଖେରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚର ଗୋଟିଏ ଚକ ସେଟ୍ (ଟ୍ରେନର ପଛରୁ ଷଷ୍ଠ) ଲାଇନଚ୍ୟୁତ ହୋଇଥିଲା। ଏହାପରେ ସେହି କୋଚରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଟ୍ରେନ୍ ଯୋଗେ ଗନ୍ତବ୍ୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ଏଥିରେ କୌଣସି ଅଘଟଣ ଘଟି ନଥିବା ବେଳେ ଅଳ୍ପେକେ ବର୍ତ୍ତିଥିଲେ ଶହ ଶହ ଯାତ୍ରୀ।

Advertisment
Train Accident