Advertisment

ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ଫୁଟିଲା ବୋମା, ଜଣେ ଅଟକ

ସ୍ୱର୍ଣ୍ଣ ମନ୍ଦିର ନିକଟରେ ଲଗାତର ଭାବେ କିଛି ଦିନ ହେବ ହେଉଥିବା ବିସ୍ଫୋରଣ ଯୋଗୁ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି।

Punjab Police

Punjab Police

Advertisment

ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ଗତ ରାତିରେ ପୁଣି ଏକ ବୋମା ଫୁଟିଛି। ଗତ ୫ ଦିନରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ତୃତୀୟ ଥର ପାଇଁ ଏପରି ବିସ୍ଫୋରଣ ଘଟିଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପୁଲିସ୍‌ ଅମୃତସର ନିକଟରୁ ଜଣେ ସନ୍ଦିଗ୍ଧଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ।

Advertisment

ସ୍ୱର୍ଣ୍ଣ ମନ୍ଦିର ନିକଟରେ ଲଗାତର ଭାବେ କିଛି ଦିନ ହେବ ହେଉଥିବା ବିସ୍ଫୋରଣ ଯୋଗୁ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ପୂର୍ବରୁ ହୋଇଥିବା ୨ଟି ବିସ୍ଫୋରଣ ସ୍ଥଳଠାରୁ ଏହି ବିସ୍ଫୋରଣ ସ୍ଥଳ ଦୂରତାରେ ଥିବା ଜଣାଯାଇଛି। ପୂର୍ବରୁ ହେରିଟେଜ ଷ୍ଟ୍ରିଟରେ ବିସ୍ଫୋରଣ ହୋଇଥିବା ବେଳେ ଗତ ରାତି ପ୍ରାୟ ୧ଟାରେ ତା’ଠୁ ପ୍ରାୟ ୧ କିମି ଦୂର ଶ୍ରୀ ଗୁରୁ ରାମଦାସଙ୍କ ଆଶ୍ରମ ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ପୁଲିସ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ପୁଲିସ୍‌ଠୁ ସୂଚନା ପାଇ ଫରେନସିକ୍‌ ଟିମ୍‌ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିବା ଜଣାଯାଇଛି। ଏନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ପଞ୍ଜାବ ପୁଲିସ୍‌ ଡିଜି ଆଜି ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ସୂଚନା ଦେବେ।

Advertisment

ଗତ ରାତିରେ ଗୁରୁ ରାମଦାସଙ୍କ ଆଶ୍ରମ ନିକଟରେ ବିସ୍ଫୋରଣ ହେବା ପରେ ଉକ୍ତ ଆଶ୍ରମରେ ଖାନ ତଲାସୀ ଆରମ୍ଭ କରିଥିବା ପୁଲିସ୍‌ ୩ ଶ୍ରଦ୍ଧାଳୁଙ୍କୁ ଏ ସମ୍ପର୍କରେ ପଚରାଉଚରା କରୁଛି। ସେମାନେ ଉକ୍ତ ଆଶ୍ରମରେ ରୁମ୍‌ ନଂ ୨୨୫ରେ ରହୁଥିଲେ । ଏହି ବିସ୍ଫୋରଣ ପାଇଁ କୌଣସି ନିଜକୁ ଦାୟି କରି ନାହାନ୍ତି।
ଗତ ଶନିବାର ସନ୍ଧ୍ୟାରେ ଓ ସୋମବାର ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ହେରିଟେଜ ଷ୍ଟ୍ରିଟରେ ୨ଟି ବୋମା ବିସ୍ଫୋରଣ ହୋଇଥିଲା। ପଞ୍ଜାବ ପୁଲିସ୍‌ ଏହା ପଛରେ କାହାର ହାତ ଅଛି ଟେର ପାଉ ନ ଥିବା ବେଳେ ଏବେ ଏନଆଇଏ ଏହାର ତଦନ୍ତ ଦାୟିତ୍ୱ ନେଇଛି। ତେଣୁ ଏନଆଇଏ ତଦନ୍ତରୁ କେଉଁ ସତ ସାମନାକୁ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ।

Bomb Blast Punjab Golden Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe