Advertisment

କାନାଡାର ମୋଷ୍ଟୱାଣ୍ଟେଡ ପଳାତକ ତାଲିକାରେ ଗୋଲ୍ଡୀ ବ୍ରାର୍‌ର ନାଁ

ଗୋଲ୍ଡୀ ବ୍ରାର ହେଉଛି ରଜତ କୁମାର, ଗୁରଲାଲ ସିଂହ ହତ୍ୟାକାଣ୍ଡର ଅଭିଯୁକ୍ତ। ସେହପରି ଭାରତୀୟ ସିଙ୍ଗର ସିଦ୍ଧୁ ମୁସେୱାଲ ହତ୍ୟା ପଛରେ ମଧ୍ୟ ତା’ର ହାତ ଥିବା ମଧ୍ୟ କୁହାଯାଉଛି ବୋଲି ଟିମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Goldy Brar

Goldy Brar

Advertisment

କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋଲ୍ଡୀ ବ୍ରାରର ଅଡ଼ୁଆ ବଢ଼ିଛି। କାନାଡା ସରକାର ଜାରି କରିଥିବା ୨୫ ଜଣିଆ ମୋଷ୍ଟ ୱାଣ୍ଟେଡ ପଳାତକ ତାଲିକାରେ ତା’ର ନାଁ ରହିଛି।

Advertisment

ଗୋଲ୍ଡୀର ନାଁକୁ ଓଟ୍ଟାୱାରରେ ଥିବା ପଳାତକଙ୍କୁ ଧରିବା ପାଇଁ ଗଠିତ ଇଣ୍ଟରପୋଲର ସହାୟତା ଟିମ୍‌ ତାଲିକାରେ ସାମିଲ କରିଛି। ଗୋଲ୍ଡୀ ବ୍ରାର ଓରଫ ସତିନ୍ଦରଜିତ ସିଂହ ଏବେ କାନାଡାରେ ରହିଛି ଓ ତା’ ଠାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଭାରତରେ ସେ ଘଟାଇଥିବା ଅପରାଧ ଅତ୍ୟନ୍ତ ସାଂଘାତିକ।

ତେଣୁ ତାକୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ଗୋଲ୍ଡୀ ବ୍ରାର ହେଉଛି ରଜତ କୁମାର, ଗୁରଲାଲ ସିଂହ ହତ୍ୟାକାଣ୍ଡର ଅଭିଯୁକ୍ତ। ସେହପରି ଭାରତୀୟ ସିଙ୍ଗର ସିଦ୍ଧୁ ମୁସେୱାଲ ହତ୍ୟା ପଛରେ ମଧ୍ୟ ତା’ର ହାତ ଥିବା ମଧ୍ୟ କୁହାଯାଉଛି ବୋଲି ଟିମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Advertisment

ଗତବର୍ଷ ଜୁନ ୨୯ରେ ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁ ମୋସା ନିକଟରେ କିଛି ଲୋକ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟାକାଣ୍ଡର ଦିନକ ପରେ ଫେସବୁକ ଜରିଆରେ ଗୋଲ୍ଡୀ ବ୍ରାର ଏଥିପାଇଁ ସବୁ ପ୍ରକାରର ଯୋଜନା କରିଥିବା ସ୍ୱୀକାର କରିଥିଲା।

ବର୍ତ୍ତମାନ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଅତ୍ୟନ୍ତ ଘନିଷ୍ଠ ହେଉଛି ଗୋଲ୍ଡୀ। ଗତବର୍ଷ ତା’ ନାଁରେ ଭାରତ ସରକାର ରେଡ କର୍ଣ୍ଣର ନୋଟିସ ଜାରି କରିଥିଲେ। ଭାରତରେ ଟ୍ରକ୍ କାମ କରୁଥିବା ଗୋଲ୍ଡୀ ଛାତ୍ର ଭିସାରେ ୫ ବର୍ଷ ତଳେ କାନାଡା ଚାଲି ଯାଇଥିଲା। ଭାରତରେ ତା’ ନାଁରେ ଅନେକ ମାମଲା ରହିଛି। ହେଲେ ସେ କାନାଡାରେ ରହି ସବୁ କିଛିର ଷଡ଼ଯନ୍ତ୍ର କରୁଛି।

Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe