Advertisment

ଟ୍ରେନ୍ ଟ୍ରାଜେଡି: ମାନବୀୟ ତ୍ରୁଟି ଯୋଗୁ ହୋଇଛି ଦୁର୍ଘଟଣା

ମୃତକଙ୍କ ପରିବାରକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Kanchanjunga Express accident

Kanchanjunga Express accident

Advertisment

ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଫଳରେ ଟ୍ରେନ୍‌ର ତିନୋଟି ବଗି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି। ତେବେ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ।

Advertisment

‘ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଜଣାପଡ଼ିଛି। ସିଗନାଲ ସତ୍ତ୍ୱେ ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ। ପଛ ଗାଡ଼ି ଅଟକିବାର ଥିଲା, କିନ୍ତୁ ଡ୍ରାଇଭର ଅଟକାଇ ନଥିଲେ। ସିଗ୍‌ନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନା।

ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।

Advertisment

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ୍ ଟ୍ରାଜେଡିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୨୫ ଜଣ ଆହତ ହୋଇଛନ୍ତି। ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଇଥିଲା ମାଲଗାଡ଼ି। ମୃତକଙ୍କ ଭିତରେ ଅଛନ୍ତି ମାଲବାହୀ ଟ୍ରେନର ଡ୍ରାଇଭର ଓ ଆସିଷ୍ଟାଣ୍ଟ ଡ୍ରାଇଭର। ଏମାନଙ୍କ ସହ କାଞ୍ଚନଜଙ୍ଗା ଏକ୍ସପ୍ରେସର ଗାର୍ଡଙ୍କର ମୃତ୍ୟୁ ହୋଇଛି।

ଆଜି ସକାଳେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଅଗରତାଲାରୁ ସିଆଲଦା ଅଭିମୁଖେ ଯାଉଥିଲା। ଏତିକି ବେଳେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାର ନିଉ ଜଲପାଇଗୁଡ଼ିରେ ପଛରୁ ଧକ୍କା ଦେଇଥିଲା ମାଲଗାଡ଼ି। ଦୁର୍ଘଟଣା ପରେ ଉପରକୁ ଉଠିଯାଇଥିଲା କାଞ୍ଚନଜଙ୍ଗା ଏକ୍ସେପ୍ରେସର ବଗି। ପଛରେ ଥିବା ବଗିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ, ମେଡିକାଲ୍ ଟିମ୍, ପୁଲିସ, ଅଗ୍ନିଶମ ବାହାନୀ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚିଥିଲେ। ଗ୍ୟାସ୍‌ କଟର ଯୋଗେ ବଗି ଭିତରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାମ ସରିଥିବା ସୂଚନା ମିଳିଛି।  

Train Accident Kanchanjangha Express Darjeeling Train Accident Kanchanjunga Express Derailed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe