Advertisment

ବିନା ଡ୍ରାଇଭର୍‌ରେ ୮୪ କିମି ଦୌଡିଲା ଟ୍ରେନ୍‌

ଏହି ଘଟଣା ଏବେ ରେଳ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

Train

Train

Advertisment

ବିନା ଡ୍ରାଇଭରରେ ଦୌଡିଲା ଟ୍ରେନ୍‌। ରେଳ ଷ୍ଟେସନରେ ଅଟକି ଥିବା ଏକ ମାଲବାହୀ ଟ୍ରେନ୍‌ ହଠାତ୍‌ ବିନା ଡ୍ରାଇଭର ଦୌଡିଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି। ଜମ୍ମୁକଶ୍ମୀରର କାଠୁଆ ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଘଟଣା।

Advertisment

ଆଜି ସକାଳୁ କାଠୁଆ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ ଅଟକି ଥିଲା। ତେବେ ହଠାତ୍‌ ପଠାନକୋଟ ଆଡକୁ ବିନା ଡ୍ରାଇଭର୍‌ରେ ଟ୍ରେନ୍‌ଟି ଗଡି ଚାଲିଥିଲା। ପଞ୍ଜାବର ମୁକେରିଆନ୍ ଷ୍ଟେସନରେ ଉଚ୍ଚା ବସ୍ତି ପାଖରେ ଅଟକି ଯାଇଥିଲା। ତେବେ ଏହା ପୂର୍ବରୁ ଟ୍ରେନ୍ ପ୍ରାୟ ୮୪ କିଲୋମିଟର ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଗଡିଥିଲା। ଏହି ଘଟଣା ଏବେ ରେଳ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ରବିବାର ସକାଳ ପ୍ରାୟ ୭ଟା ୧୦ ମିନିଟରେ ଏହି ଘଟଣା ଘଟିଥିଲା। ଡ୍ରାଇଭର ଏକ କଙ୍କ୍ରିଟ ବୋଝେ ମାଲଗାଡି ସଂଖ୍ୟା ୧୪୮୦୬ଆରକୁ ଅଟକାଇ ଚା' ପିଇବାକୁ ଯାଇଥିଲେ। ଏହାପରେ ଟ୍ରେନଟି ହଠାତ ଗଡି ଚାଲିଥିଲା। ପଠାନକୋଟ ଆଡକୁ ଗଡାଣିଆ ଥିବାରୁ ଏପରି ଘଟଣା ଘଟିଥିବା ଅଧିକାରୀ କହିଛନ୍ତି।

Advertisment

ସୂଚନାନୁସାରେ, ପାଇଲଟ ଓହ୍ଲାଇବା ପୂର୍ବରୁ ହ୍ୟାଣ୍ଡବ୍ରେକ୍ ଟାଣିବାରେ ବିଫଳ ହୋଇଥିଲେ। ତେବେ ଟ୍ରେନକୁ ଅଟକାଇବା ପାଇଁ ଅଧିକାରୀଙ୍କ ଏକାଧିକ ଉଦ୍ୟମ ବିଫଳ ହେବା ପୂର୍ବରୁ ସେମାନେ ଯାତ୍ରୀବାହୀ ଟ୍ରେନର ପାଇଲଟ ଏବଂ କର୍ମଚାରୀଙ୍କ ସହାୟତାରେ ଦାଶୁହା ନିକଟ ଉଚ୍ଚା ବସ୍ତି ଅଞ୍ଚଳରେ ଏହାକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ତେବେ ସୌଭାଗ୍ୟବଶତଃ ଏହି ଟ୍ରେନ୍‌ ଟ୍ରାକ୍‌ରେ ଅନ୍ୟ ଟ୍ରେନ୍ ନଥିଲା। ନଚେତ ଏକ ବଡ ଦୁର୍ଘଟଣା ଘଟିଥାନ୍ତା। ରେଳବାଇ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର କାରଣ ଜାଣିବା ପାଇଁ ଫିରୋଜପୁରରୁ ଏକ ଟିମ୍ ପଠାଯାଇଛି।

Punjab Goods Train Indian Railway Pathankot Kathua
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe