Advertisment

ଆଇସିୟୁରେ ରୋଗୀଙ୍କୁ କାମୁଡ଼ି ଦେଲା ମୂଷା, ଚାକିରି ହରାଇଲେ ୨ ଡାକ୍ତର ଓ ଜଣେ ନର୍ସ

ମେଡିକାଲ ଅବହେଳାରୁ ଏତେ ବଡ଼ ଘଟଣା ଘଟିଛି। ତେଣୁ ପ୍ରଶାସନ ପକ୍ଷରୁ ହସ୍ପିଟାଲର ଦୁଇ ଜଣ ଡାକ୍ତର ଓ ଜଣେ ଷ୍ଟାଫ ନର୍ସଙ୍କୁ ନିଲମ୍ବିତ କରାଯାଇଛି।

Rat

Rat

Advertisment

ସରକାରୀ ହସ୍ପିଟାଲରେ ଥିବା ଅବ୍ୟବସ୍ଥାର ଆଉ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ତେଲଙ୍ଗାନାର କାମାରେଡ୍ଡୀ ସରକାରୀ ହସ୍ପିଟାଲରେ ଘଟିଛି ଅଜବ ଘଟଣା। ଏଠାକାର ଆଇସିୟୁରେ ଥିବା ଜଣେ ରୋଗୀଙ୍କୁ କାମୁଡ଼ି ଦେଇଛି ମୂଷା।

Advertisment

ମେଡିକାଲ ଅବହେଳାରୁ ଏତେ ବଡ଼ ଘଟଣା ଘଟିଛି। ତେଣୁ ପ୍ରଶାସନ ପକ୍ଷରୁ ହସ୍ପିଟାଲର ଦୁଇ ଜଣ ଡାକ୍ତର ଓ ଜଣେ ଷ୍ଟାଫ ନର୍ସଙ୍କୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲର ଆଇସିୟୁରେ ଥିବା ଶେଖ ମୁଜୀବୁଦ୍ଦିନଙ୍କୁ ଫେବୃଆରୀ ୯ରେ ମୂଷା କାମୁଡ଼ିଥିଲା। ତାଙ୍କର ଦୁଇ ଗୋଡ଼ ଓ ଆଙ୍ଗୁଳିରେ ମୂଷା କାମୁଡ଼ାର ଚିହ୍ନ ରହିଛି। ପରିବାର ଲୋକ ଏନେଇ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହାପରେ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମୁଜୀବୁଦ୍ଦିନଙ୍କ ମୁଣ୍ଡ ଓ ଆଖି ପାଖରେ ଅପରେସନ କରାଯାଇଥିଲା। ହାଇଦ୍ରାବାଦର ନିମ୍ସରେ ଜାନୁଆରୀ ୨୧ରେ ଏପରି ଅପରେସନ କରାଯାଇଥିଲା। ସେ ଭେଣ୍ଟିଲେଟର ସହାୟତାରେ ରହିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କାମାରେଡ୍ଡୀ ହସ୍ପିଟାଲର ଆଇସିୟୁକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ମୂଷା କାମୁଡ଼ିଥିଲା।

ଅଭିଯୋଗ ପରେ କାମାରେଡ୍ଡୀ କଲେକ୍ଟର ଜିତେଶ ଭି ପାଟିଲ ତଦନ୍ତ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଆଇସିୟୁର ଇନଚାର୍ଜ ଡାକ୍ତର କାବ୍ୟା, ଆଇସିୟୁ ଇନଚାର୍ଜ ଜେନେରାଲ ମେଡିସିନ ଡାକ୍ତର ବସନ୍ତ କୁମାର ଓ ନର୍ସ ଜି ମଞ୍ଜୁଳା ନିଜ ଦାୟିତ୍ୱ ଭାବେ ସମ୍ପାଦନ କରି ନଥିଲେ।

ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କମିଟି ସୁପାରିସ କରିଥିଲା। ଏହାକୁ ଆଧାର କରି ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ଘଟଣାର ବିଭାଗୀୟ ଯାଞ୍ଚ ମଧ୍ୟ କରାଯାଉଛି।

Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe