Advertisment

ବିକ୍ରି ହୋଇଗଲା Google ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇ ଘର, କାନ୍ଦି ପକାଇଲେ ବାପା

ଘର ବିକ୍ରି ପ୍ରକ୍ରିୟା ୪ ମାସ ତଳୁ ଆରମ୍ଭ ହୋଇଥିଲା।

Sundar Pichai

Sundar Pichai

Advertisment

Google ସିଇଓ ସୁନ୍ଦର ପିଚାଇଙ୍କ ଚେନ୍ନାଇର ଅଶୋକ ନଗର ସ୍ଥିତ ପୈତୃକ ଘର ବିକ୍ରି ହୋଇଯାଇଛି। ତାମିଲ ଅଭିନେତା ତଥା ପ୍ରଯୋଜକ ସି ମଣିକନ୍ଦନ ଏହି ଘରକୁ କିଣିଛନ୍ତି।

Advertisment

ଘରର କାଗଜପତ୍ର ହସ୍ତାନ୍ତର କଲା ବେଳେ ସୁନ୍ଦର ପିଚାଇଙ୍କ ବାପା ଆରଏସ ପିଚାଇଙ୍କ ଆଖିରୁ ଲୁହ ଝରି ଯାଇଥିଲା। କାରଣ ଏହା ଥିଲା ତାଙ୍କର ପ୍ରଥମ ସଂପତ୍ତି।

ଘର ବିକ୍ରି ପ୍ରକ୍ରିୟା ୪ ମାସ ତଳୁ ଆରମ୍ଭ ହୋଇଥିଲା। ସୁନ୍ଦର ପିଚାଇଙ୍କ ବାପା ଘର ବିକ୍ରି କରିବାକୁ ଚାହୁଁଥିବା କଥା ସି ମଣିକନ୍ଦନ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ଏହାକୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। କାରଣ ସେ ଜଣେ ରିୟଲ ଇଷ୍ଟେଟ ଡେଭଲପର ମଧ୍ୟ। ତେବେ ଘର କିଣିବା ପାଇଁ ତାଙ୍କୁ ୪ ମାସ ଲାଗି ଯାଇଥିଲା। କାରଣ ସେତେବେଳେ ସୁନ୍ଦର ପିଚାଇଙ୍କ ବାପା ଆମେରିକାରେ ଥିଲେ।

Advertisment

ସୁନ୍ଦର ପିଚାଇଙ୍କ ବାପା ଆରଏସ ପିଚାଇ ଆମେରିକାରୁ ଆସିବା ପରେ ସି ମଣିକନ୍ଦନ ତାଙ୍କୁ ସାକ୍ଷାତ କରିଥିଲେ। ମଣିକନ୍ଦନ କହିଛନ୍ତି, ପିଚାଇ ଦମ୍ପତି (ସୁନ୍ଦର ପିଚାଇଙ୍କ ବାପାମା’) ବହୁତ ବଢ଼ିଆ ଲୋକ। ସୁନ୍ଦର ପିଚାଇଙ୍କ ମା’ ମୋତେ ନିଜ ହାତରେ କଫି କରି ଦେଇଥିଲେ। ସେହିପରି ତାଙ୍କ ବାପା ପ୍ରଥମ ସାକ୍ଷାତରେ ଘରର କାଗଜପତ୍ର ମୋତେ ଦେଖାଇଥିଲେ।

ସେ ଆହୁରି କହିଛନ୍ତି, ଘରର କାଗଜପତ୍ର ଟ୍ରାନ୍ସଫର ଶୀଘ୍ର କରିବା ପାଇଁ ଆରଏସ ପିଚାଇ ସରକାରୀ ଅଫିସ ଗୁଡ଼ିକରେ ତାଙ୍କ ପୁଅ ସୁନ୍ଦର ପିଚାଇଙ୍କ ନାଁ ବ୍ୟବହାର କରିବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ସରକାରୀ ଅଫିସରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମଧ୍ୟ କରିଥିଲେ।

ମଣିକନ୍ଦନ କହିଛନ୍ତି ଯେ ଘରର କାଗଜପତ୍ର ହସ୍ତାନ୍ତର ବେଳେ ସୁନ୍ଦର ପିଚାଇଙ୍କ ବାପା ଭାଙ୍ଗି ପଡ଼ିଥିଲେ। ତାଙ୍କ ଆଖିରେ ଲୁହ ଆସିଯାଇଥିଲା।

ପାଖ ପଡ଼ୋଶୀଙ୍କ କହିବା କଥା ସୁନ୍ଦର ପିଚାଇ ଏହି ଘରେ ତାଙ୍କୁ ୨୦ ବର୍ଷ ହେବା ପର୍ଯ୍ୟନ୍ତ ରହିଥିଲେ। ଗତ ଡିସେମ୍ବର ମାସରେ ସେ ଚେନ୍ନାଇ ଆସିଥିବା ବେଳେ ଏଠାକୁ ବୁଲିବାକୁ ଆସିଥିଲେ।

ସି ମଣିକନ୍ଦନ ଏହି ସ୍ଥାନରେ ଏକ ଭିଲା ନିର୍ମାଣ କରିବେ। ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି।

Google Sundar Pichai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe