Advertisment

ଆଗୁଆ ମିଳିବ ଭୂକମ୍ପ ସୂଚନା, ଗୁଗଲ ଲଞ୍ଚ କଲା ଆଲର୍ଟ ବ୍ୟବସ୍ଥା

କମ୍ପାନୀ ସିଷ୍ଟମ ଦ୍ୱାରା ଦୁଇ ପ୍ରକାରର ଆଲର୍ଟ ଜାରି କରିବ। ଗୋଟିଏ Be Aware ଓ ଆଉ ଗୋଟିଏ Take Action।

Google

Google

Advertisment

ଭାରତର ଆଣ୍ଡରଏଡ ସିଷ୍ଟମଗୁଡ଼ିକ ପାଇଁ ଆଜି ଗୁଗଲ ତା’ର ଭୂକମ୍ପ ଆଲର୍ଟ ସିଷ୍ଟମ ଲଞ୍ଚ କରିଛି। ଏହି ସିଷ୍ଟମ ସ୍ମାର୍ଟଫୋନରେ ସେନସର ଭାବେ କାମ କରିବ। ଏହାଦ୍ୱାରା ଭୂକମ୍ପର ତୀବ୍ରତା ଓ ଭୂକମ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବ। ଗୋଟିଏ ଧାଡ଼ିରେ କହିବାକୁ ଗଲେ ଗୁଗଲ ଲଞ୍ଚ କରିଥିବା ସିଷ୍ଟମ ଦ୍ୱାରା ଭୂକମ୍ପ ସମ୍ପର୍କରେ ଆଗୁଆ ସୂଚନା ମିଳିବ।

Advertisment

ବୁଧବାର କମ୍ପାନୀ କହିଛି ଯେ ଏହି ସିଷ୍ଟମକୁ National Disaster Management Authority (NDMA) ଓ National Seismology Center (NSC)ର ପରାମର୍ଶକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଏହା ଆଗୁଆ ଭୂକମ୍ପ ସମ୍ପର୍କରେ ଆଣ୍ଡରଏଡ ବ୍ୟବହାରୀଙ୍କୁ ସତର୍କ କରାଇବ। ଭାରତର ସ୍ଥାନୀୟ ଭାଷା ଅନୁଯାୟୀ ଏହା ଲୋକଙ୍କୁ ଆଲର୍ଟ କରିବ।

କମ୍ପାନୀ ସିଷ୍ଟମ ଦ୍ୱାରା ଦୁଇ ପ୍ରକାରର ଆଲର୍ଟ ଜାରି କରିବ। ଗୋଟିଏ Be Aware ଓ ଆଉ ଗୋଟିଏ Take Action। ଯେଉଁ ଲୋକମାନେ ୪.୫ ତୀବ୍ରତା କିମ୍ବା ତା’ ଠାରୁ ଅଧିକ ମାତ୍ରାର ଭୂକମ୍ପ ବେଳେ MMI 3 ଓ 4 ଝଟକା ଅନୁଭବ କରୁଥିବେ ବା କରିବାକୁ ଥିବେ, ସେମାନଙ୍କୁ ସର୍ତକ ରହିବାକୁ ଆଲର୍ଟ କରାଯିବ।

Advertisment

ଏହି ଆଲର୍ଟ ଜଣେ ବ୍ୟବହାରକାରୀଙ୍କ ଫୋନର ଡିସପ୍ଲେରେ ଦୃଶ୍ୟମାନ ହେବ। ଯଦି ଫୋନ ସାଇଲେଣ୍ଟ କିମ୍ବା ଡୁ ନଟ ଡିଷ୍ଟ୍ରବ ମୋଡରେ ଥିବ, ତା’ହେଲେ ଆଲର୍ଟ ଆସିବା ବେଳେ କୌଣସି ପ୍ରକାରର ସାଉଣ୍ଡ କରିବ ନାହିଁ।

ସେହିପରି ୪.୫ ତୀବ୍ରତାର ଭୂକମ୍ପ ବେଳେ MMI 5+ ଝଟକା ଅନୁଭବ କରୁଥିବା ଲୋକଙ୍କ ପାଖକୁ ମଧ୍ୟ ଆଲର୍ଟ ଜାରି କରାଯିବ। ଆଲର୍ଟ ଜାରି ବେଳେ ନୋଟିଫିକେସନ ଭଳି ସାଉଣ୍ଡ ହେବ। ଆଲର୍ଟ ବେଳେ ଭୂକମ୍ପରୁ ସୁରକ୍ଷା ପାଇବା ପାଇଁ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ ଓ ସୁରକ୍ଷିତ ସ୍ଥାନକୁ କେମିତି ଯିବାକୁ ପଡ଼ିବ, ସେ ବିଷୟରେ ମଧ୍ୟ କୁହାଯିବ।

ଭୂକମ୍ପ ଝଟକାର ବେଶ କିଛି ସେକେଣ୍ଡ ପୂର୍ବରୁ ଆଲର୍ଟ ଲୋକଙ୍କ ପାଖରେ ପହଞ୍ଚିବ। ସେହି ଅନୁସାରେ ପଦକ୍ଷେପ ନେବାକୁ କୁହାଯିବ ବୋଲି କମ୍ପାନୀ କହିଛି।

Earthquake Google
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe