Advertisment

କଲେଜ ଭିତରେ ପଶି ଅଧ୍ୟାପକଙ୍କୁ ଗୁଳିମାଡ଼

ଆହତ ଅଧ୍ୟାପକ ଜଣକ ହେଉଛନ୍ତି ରବି ପାଠକ। ସେ କଲେଜରେ ଫିଜିକ୍ସ ଡିପାର୍ଟମେଣ୍ଟର ଏସ୍‌ଓଡି ଅଛନ୍ତି।

Firing

Firing

Advertisment

କଲେଜରେ ଫୁଟିଲା ଗୁଳି। ଅଧ୍ୟାପକଙ୍କୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ। ଦିନ ଦ୍ୱିପହରେ କଲେଜ ଭିତରେ ପଶି ଦୁର୍ବୃତ୍ତମାନେ ଅଧ୍ୟାପକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଫଳରେ କଲେଜ ପରିସରରେ ଆତଙ୍କ ଖେଳି ଯାଇଛି। ଏଭଳି କିଛି ଘଟଣା ଘଟିଛି ବିହାରର ସୀତାମଣ୍ଡିରେ।

Advertisment

ସୀତାମଣ୍ଡି ଜିଲ୍ଲାର ଶ୍ରୀ ରାଧା କୃଷ୍ଣ ଗୋଏଙ୍କା କଲେଜ। ଦିନ ଦ୍ୱିପହରେ ଏହି କଲେଜ ଭିତରକୁ ହଠାତ୍‌ କିଛି ଦୁର୍ବୃତ୍ତ ପଶି ଆସିଥିଲେ। ଏହାପରେ କଲେଜ ରୁମ୍‌ ଭିତରେ ଅଧ୍ୟାପକ ବସିଥିବା ବେଳେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ଅଧ୍ୟାପକ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଆହତ ଅଧ୍ୟାପକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ମୁତାବକ, ଠିକା କାମକୁ ନେଇ ଲାଗି ରହିଥିବା ବିବାଦ ଯୋଗୁ ଏଭଳି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଅଧ୍ୟାପକଙ୍କୁ ଟାର୍ଗେଟ କରିଛନ୍ତି। ଆହତ ଅଧ୍ୟାପକ ଜଣକ ହେଉଛନ୍ତି ରବି ପାଠକ। ସେ କଲେଜରେ ଫିଜିକ୍ସ ଡିପାର୍ଟମେଣ୍ଟର ଏସ୍‌ଓଡି ଅଛନ୍ତି। ସେ ଡ୍ୟୁଟିରେ ଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି। ସେପଟେ ଏହି ମାମଲାକୁ ନେଇ କଲେଜ ଭିତରେ ଆତଙ୍କ ଖେଳି ଯାଇଛି। ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ମାମଲାର ତଦନ୍ତ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

Advertisment
Firing Crime Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe