Advertisment

ସରକାର ବଳପୂର୍ବକ ଜଗଜୀତ ସିଂହଙ୍କ ଆମରଣ ଅନଶନ ଭଙ୍ଗ କରିପାରିବେ ନାହିଁ: ସୁପ୍ରିମକୋର୍ଟ

ଜଗଜୀତ ସିଂହ ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ।

Farmer

Farmer

Advertisment

ପଞ୍ଜାବ ଓ ହରିୟାଣା ସୀମା ଖନୌରୀରେ ଗତ ନଭେମ୍ବର ୨୬ ତାରିଖରୁ ଆମରଣ ଅନଶନରେ ବସିଥିବା ପଞ୍ଜାବର କୃଷକ ଜଗଜୀତ ସିଂହ ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ୧୮ ଦିନ ହେଲାଣି ଆମରଣ ଅନଶନରେ ବସିଥିବା ଜଗଜୀତ ସିଂହ ଡଲ୍ଲେୱାଲଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ପଞ୍ଜାବ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

Advertisment

ଏହା ସହିତ ଆମରଣ ଅନଶନ ଭଙ୍ଗ କରିବାକୁ ଜଗଜୀତଙ୍କୁ ରାଜି କରାଇବାକୁ ପ୍ରୟାସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ଆନ୍ଦୋଳନଠାରୁ ମନୁଷ୍ୟର ଜୀବନ ମୂଲ୍ୟବାନ। କିନ୍ତୁ ତାଙ୍କ ଆମରଣ ଅନଶନକୁ ସରକାର ବଳପୂର୍ବକ ଭାଙ୍ଗି ପାରିବେ ନାହିଁ।

ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ପାଇଁ ଏକ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା ସମେତ କୃଷକମାନଙ୍କର ଅନ୍ୟାନ୍ୟ ଦାବି ପୂରଣ କରିବା ପାଇଁ ପଞ୍ଜାବର କୃଷକ ଜଗଜୀତ ସିଂହ ଡଲ୍ଲେୱାଲ ଆମରଣ ଅନଶନରେ ବସିଛନ୍ତି। ଗତକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ ସମସ୍ତ କୃଷକଙ୍କୁ ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ନିଶ୍ଚିତ କରିବା ହେଉଛି ବଞ୍ଚିବା ପାଇଁ ମୌଳିକ ଅଧିକାର ସଦୃଶ।

Advertisment

ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟତ ଓ ହରିନ୍ଦର ସିଂହ ଲଖୋୱାଲ ଆଜି ଜଗଜିତ ସିଂହ ଡଲ୍ଲେୱାଲଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣ-ରାଜନୀତିକ) ଓ କିଷାନ ମଜଦୁର ମୋର୍ଚ୍ଚା ବ୍ୟାନରରେ କୃଷକମାନେ ଗତ ଫେବ୍ରୁଆରୀ ୧୩ ତାରିଖରୁ ପଞ୍ଜାବ ଓ ହରିୟାଣା ସୀମାର ଶମ୍ଭୁ ଓ ଖନୌରୀରେ ଆନ୍ଦୋଳନ କରୁଛନ୍ତି। କୃଷକମାନେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ସୁରକ୍ଷା କର୍ମଚାରୀମାନେ ସେମାନଙ୍କ ବାଟ ଓଗାଳି ଥିଲେ। ତା’ପରଠୁ ସେମାନେ ଶମ୍ଭୁ ଓ ଖନୌରୀରେ ଆନ୍ଦୋଳନରେ ବସିଛନ୍ତି। ଡିସେମ୍ବର ୬ ଓ ୮ ତାରିଖରେ ୧୦୦ରୁ ଅଧିକ କୃଷକ ଚାଲି ଚାଲି ଦିଲ୍ଲୀରେ ପ୍ରବେଶ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଆନ୍ଦୋଳନରତ କୃଷକମାନେ ଆସନ୍ତାକାଲି (ଡିସେମ୍ବର ୧୬ରେ) ପୁଣି ଥରେ ଦିଲ୍ଲୀରେ ପ୍ରବେଶ କରିବାକୁ ପ୍ରୟାସ କରିବେ।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe