Advertisment

ଲୋକପ୍ରିୟ ଗେମିଂ ଆପ୍‌ BGMIକୁ ପୁଣି ଅନୁମତି ଦେଲେ ସରକାର

ଏହାକୁ ଚାଇନିଜ ଗେମିଂ ଆପ୍‌ ପବଜିର ବିକଳ୍ପ ଭାବେ ବ୍ୟବହାର କରାଯାଇଥିଲା। ତେବେ ଗତବର୍ଷ ଜୁଲାଇରେ ବିଜିଏମଆଇ ଉପରେ ମଧ୍ୟ ସରକାର ବ୍ୟାନ କରିଥିଲେ।

BGMI

BGMI

Advertisment

ଲୋକପ୍ରିୟ ଗେମିଂ ଆପ୍‌ ବ୍ୟାଟେଲଗ୍ରାଉଣ୍ଡ୍ସ ମୋବାଇଲ ଇଣ୍ଡିଆ(ବିଜିଏମଆଇ) ଉପରେ ଲାଗିଥିବା ବ୍ୟାନକୁ ହଟାଇ ଦେଇଛି ଭାରତ ସରକାର। ଅନଲାଇନର ଏହି ମଲ୍ଟିପ୍ଲେୟାର ଶୁଟିଂ ଗେମ୍‌କୁ ଦକ୍ଷିଣ କୋରିଆର ଗେମିଂ ଜିଆଣ୍ଟ କାରଫଟୋନ ଲଞ୍ଚ କରିଥିଲା। ୨୦୨୦ ସେପ୍ଟେମ୍ବର ମାସରେ ଭାରତ ସରକାର ପବ୍‌ଜିକୁ ବ୍ୟାନ୍‌ କରିବା ପରେ ବିଜିଏମଆଇ ଲଞ୍ଚ ହୋଇଥିଲା।

Advertisment

ଏହାକୁ ଚାଇନିଜ ଗେମିଂ ଆପ୍‌ ପବଜିର ବିକଳ୍ପ ଭାବେ ବ୍ୟବହାର କରାଯାଇଥିଲା। ତେବେ ଗତବର୍ଷ ଜୁଲାଇରେ ବିଜିଏମଆଇ ଉପରେ ମଧ୍ୟ ସରକାର ବ୍ୟାନ କରିଥିଲେ। କାରଫଟୋନ ପଛରେ ଚାଇନର ଟେନସେଣ୍ଟ ଥିବା ଜଣାପଡ଼ିବା ପରେ ସରକାର ଏପରି ପଦକ୍ଷେପ ନେଇଥିଲେ।

କିନ୍ତୁ ଆଜି ସରକାର ବିଜିଏମଆଇକୁ ପୁଣି ବ୍ୟବହାର କରିବାକୁ ଅନୁମତି ଦେଇଛି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଗେମିଂ କମ୍ପାନୀ ସିଭିୟର ଲୋକେସନ ଓ ଡାଟା ସୁରକ୍ଷାକୁ ସୁନିଶ୍ଚିତ କରିବା ପରେ ଏହାକୁ ୩ ମାସ ଯାଏ ପରୀକ୍ଷା ମୂଳକ ଭାବେ ଚାଲୁ କରିବା ପାଇଁ ଅନୁମତି ଦିଆଯାଇଛି। ଏହା କେଉଁ ପ୍ରକାରର ପ୍ରଭାବ ପକାଉଛି, ତା’ ଉପରେ ନଜର ରହିବ। ୩ ମାସର ଟ୍ରାଏଲ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Advertisment

ବିଜିଏମଆଇ ବିକଳ୍ପ ପବ୍‌ଜି ଓ ଅନ୍ୟ ଚାଇନିଜ ଆପ୍‌କୁ ବ୍ୟାନ କରିବା ପରେ ଆଇଟି ମନ୍ତ୍ରଣାଳୟ କହିଥିଲା ଯେ ଏହି ସବୁ ଆପ୍‌ ଭାରତର ଅଖଣ୍ଡତା ଓ ଏକତା ସହ ପ୍ରତିରକ୍ଷା, ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖଳା ଉପରେ କୁପ୍ରଭାବ ପକାଉଥିଲେ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହାକୁ ବ୍ୟାନ କରାଯାଉଛି।

ପବଜି ବନ୍ଦ ହେବା କ୍ଷଣି ମାର୍କେଟରେ ବିଜିଏମଆଇର ଚାହିଦା ବଢ଼ିଥିଲା। ଭାରତରେ ଲକ୍ଷାଧିକ ଲୋକ ଏହାକୁ ବ୍ୟବହାର କରିଥିଲେ। ତେବେ ଗେମିଂ ଆପ୍‌ର ଲିଙ୍କ ଚାଇନା ସହ ଥିବା ଜଣାପଡ଼ିବା ପରେ ‌ଏହା ଉପରେ ମଧ୍ୟ ରୋକ ଲଗାଇଥିଲେ।

ବ୍ୟାନ ବେଳେ ବିଜିଏମଆଇକୁ ୧୦୦ ମିଲିୟନରୁ ଅଧିକ ଲୋକ ବ୍ୟବହାର କରୁଥିଲେ। ସରକାର ଏହାକୁ ବ୍ୟାନ କରିବା ପରେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ୍‌ ଷ୍ଟୋରରୁ ଏହି ଆପ୍‌ ହଟି ଯାଇଥିଲେ। ଏବେ ପୁଣି ବିଜିଏମଆଇ ମାର୍କେଟକୁ କମବ୍ୟାକ କରିଛି।

PUBG Ban BGMI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe