Advertisment

ଚାଇନାକୁ ବିମାନ ଉଡ଼ାଣ ପାଇଁ ନିର୍ଦ୍ଦେଶ ଦେଲେ ସରକାର

୨୦୧୯ ଗଲୱାନି ଘାଟି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ବିବାଦ ଚରମ ସୀମାରେ ପହଞ୍ଚିଥିଲା।

China

China

Advertisment

ଭାରତ ଓ ଚାଇନା ମଧ୍ୟରେ ବିମାନ ସେବା ଆସନ୍ତା ମାସରୁ ଆରମ୍ଭ ହେବ। ଦୁଇ ଦେଶ ମଧ୍ୟରେ କୂଟନୀତିକ ସମ୍ପର୍କରେ ସୁଧାର ଆସିଥିବାରୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ଚାଇନାକୁ ସିଧାସଳଖ ବିମାନ ସେବା ଯଥା ଶୀଘ୍ର ଆରମ୍ଭ କରିବାକୁ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଭଳି ବିମାନ ସେବା ପ୍ରଦାନ ସଂସ୍ଥାକୁ ସରକାର କହିଛନ୍ତି। ମହାମାରୀ କରୋନା ପରଠାରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ବନ୍ଦ ରହିଛି। ହେଲେ ଏବେ ପୁଣି ବିମାନ ସେବା ଆରମ୍ଭ ହେବାର ବାଟ ଫିଟିଛି।

Advertisment

୨୦୧୯ ଗଲୱାନି ଘାଟି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଏଥିଯୋଗୁ ବ୍ୟବସାୟିକ ସମ୍ପର୍କ ବାଧା ପ୍ରାପ୍ତ ହୋଇଥିଲା। ଭାରତରେ ଚାଇନିଜ ନିବେଶକୁ ବାରଣ କରାଯାଇଥିଲା।

ହେଲେ ବେଶ କିଛି ମାସ ହେବ ଦୁଇ ଦେଶ ନିଜ ଭିତରେ ଆଲୋଚନା କରି ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି। ସ୍ଥିତିରେ ମଧ୍ୟ ସୁଧାର ଆସିଛି। ଏପରି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ୩୧ରେ ଚାଇନା ଗସ୍ତ କରିବେ।

Advertisment

ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସ୍‌ସିଓ ସମ୍ମିଳନୀରେ ଯୋଗ ଦେବାକୁ ମୋଦି ସେଠାକୁ ଯିବେ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ବେଜିଂରେ ଏସସିଓ ସମ୍ମିଳନୀ ହେବ। ତେଣୁ ମୋଦି ଦୁଇ ଦିନ ଚାଇନାରେ ରହିବେ।

ଏହାପୂର୍ବରୁ ୨୦୨୪ ଅକ୍ଟୋବର ମାସରେ ମୋଦି ଓ ଜିନପିଙ୍ଗ ପରସ୍ପରକୁ କାଜାଖସ୍ତାନରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭେଟିଥିଲେ। ଏହାପରେ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦ ହ୍ରାସ କରିବାକୁ ଜୋରଦାର ଉଦ୍ୟମ ହୋଇଥିଲା। ଏସସିଓ ସମ୍ମିଳନୀରେ ଭାରତ ଓ ଚାଇନା ବ୍ୟତୀତ କାଜାଖସ୍ତାନ, ରୁଷ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ଇରାନ ଓ ବେଲାରୁସର ନେତୃବୃନ୍ଦ ସାମିଲ ହେବେ।

China India-China Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe