Advertisment

ଯଥାଶୀଘ୍ର ନାଇଜର ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ନାଇଜରରେ ସେନାର କ୍ଷମତା ଦଖଲ ଉଦ୍ୟମ ଯୋଗୁ ସେଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଭାରତ ସରକାର ନିଜ ଦେଶର ନାଗରିକଙ୍କୁ ଯଥାଶୀଘ୍ର ଫେରି ଆସିବାକୁ କହିଛନ୍ତି।

Niger

Niger

Advertisment

ଅଶାନ୍ତ ହୋଇପଡ଼ିଥିବା ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର। ସେଠାରେ ରହିବା ଅତି ଜରୁରୀ ନଥିଲେ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment

ନାଇଜରରେ ସେନାର କ୍ଷମତା ଦଖଲ ଉଦ୍ୟମ ଯୋଗୁ ସେଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଭାରତ ସରକାର ନିଜ ଦେଶର ନାଗରିକଙ୍କୁ ଯଥାଶୀଘ୍ର ଫେରି ଆସିବାକୁ କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ନାଇଜର ସ୍ଥିତି ଉପରେ ଭାରତ ସରକାରଙ୍କ ନଜର ରହିଛି। ଯଦି କେହି ନାଇଜର ଯିବାକୁ ଯୋଜନା କରୁଛନ୍ତି, ତା’ହେଲେ ସେମାନେ ଏହା ଉପରେ ଆଉଥରେ ବିଚାର କରନ୍ତୁ। ବର୍ତ୍ତମାନର ସ୍ଥିତି ଯାହା ନାଇଜରରେ ରହୁଥିବା ଭାରତୀୟମାନେ ଯଥାଶୀଘ୍ର ସ୍ୱଦେଶ ଫେରି ଆସନ୍ତୁ।

Advertisment

ନାଇଜର ଏୟାରସ୍ପେଶ ବା ବାୟୁସୀମା ଏବେ ବନ୍ଦ ରହିଛି। ତେଣୁ ସମସ୍ତଙ୍କୁ ସଡ଼କ ପଥରେ ସୀମା ପାର କରିବାକୁ ପଡ଼ିବ। ସୀମା ପାର କରିବା ସମୟରେ ସମସ୍ତେ ଅଧିକ ସତର୍କ ରହିବା ଉଚିତ। ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ସମସ୍ତେ ନଜର ରଖନ୍ତୁ। 

ନାଇଜରରେ ଥିବା ଯେଉଁ ଭାରତୀୟମାନେ ଏଯାଏ ନିଆମେୟ(ନାଇଜରର ରାଜଧାନୀ)ରେ ଥିବା ଭାରତୀୟ ଦୂତାବାସ ନିକଟରେ ପଞ୍ଜୀକରଣ କରି ନାହାନ୍ତି, ସେମାନେ ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ। ଭାରତୀୟ ଦୂତାବାସର 22799759975 ଜରୁରିକାଳୀ ନମ୍ବରରେ ମଧ୍ୟ ସେମାନେ ଯୋଗାଯୋଗ କରିପାରିବେ ବୋଲି ବାଗଚି କହିଛନ୍ତି।

ବର୍ତ୍ତମାନ ନାଇଜରରେ କେତେ ଜଣ ଭାରତୀୟ ରହିଥିବା ପ୍ରଶ୍ନରେ ବାଗଚି କହିଛନ୍ତି, “ପ୍ରାୟ ୨୫୦ ଜଣ ଭାରତୀୟ ରହିଛନ୍ତି। ଯେଉଁମାନେ ନିଜର ନାଁ ପଞ୍ଜୀକରଣ କରି ନାହାନ୍ତି, ତୁରନ୍ତ ସେମାନେ ଦୂତାବାସ ସହ ଯୋଗାଯୋଗ କରନ୍ତୁ। ଦୂତାବାସ କର୍ତ୍ତୃପକ୍ଷ ଭାରତୀୟଙ୍କ ସହ ନିୟମିତ ଯୋଗାଯୋଗ କରୁଛନ୍ତି। ସମସ୍ତେ ସୁରକ୍ଷିତ ଥିବା ଖବର ରହିଛି।”

ଗତମାସରୁ ନାଇଜରରେ ଅଶାନ୍ତି ସୃଷ୍ଟି ହୋଇଛି। ବଳପୂର୍ବକ ଦେଶର ରାଷ୍ଟ୍ରପତି ମହମ୍ମଦ ବାଜୌମଙ୍କୁ ଗାଦିଚ୍ୟୁତ କରିଛି ସେନା। ନାଇଜର ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମୁଖ୍ୟ କମାଣ୍ତର ଅବଦୋଉରାହାମାନେ ତିଆନି ନିଜକୁ ଏବେ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ ଦେଶରେ ହିଂସା ଓ ଅସ୍ଥିରତା ଦେଖାଯାଇଛି।

India Niger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe