Advertisment

ଦରବୃଦ୍ଧି ପ୍ରଭାବ: ଚାଉଳ ରପ୍ତାନୀ ଉପରେ ସରକାର ଲଗାଇଲେ ବ୍ୟାନ୍‌, ବିଶ୍ୱବାସୀଙ୍କୁ ପୁଣି କଷ୍ଟ

ଜାତୀୟ ବଜାରରେ ଦର ନିୟନ୍ତ୍ରଣ କରିବା ଓ ଚାହିଦା ମୁତାବକ ଖାଦ୍ୟଦ୍ରବ୍ୟ ମହଜୁଦ୍ ରଖିବା ନିମନ୍ତେ ସରକାର ଏହି ପଦକ୍ଷେପ ନେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
Rice

Rice

Advertisment

ବିଶ୍ୱର ସର୍ବବୃହତ୍ତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ଭାରତ ନେଇଛି ବଡ଼ ନିଷ୍ପତ୍ତି। ବିଦେଶକୁ ଚାଉଳ ରପ୍ତାନୀ ଉପରେ ଭାରତ ସରକାର ତତ୍କାଳ ବ୍ୟାନ୍ ଲଗାଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଗ୍ରାହକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଅନ୍ତଃଜାତୀୟ ବଜାରରେ ଚାଉଳ ଦର ବୃଦ୍ଧି ଅଶଙ୍କା କରାଯାଉଛି। ଏହା ଲୋକଙ୍କ ଖାଦ୍ୟ ଆବଶ୍ୟକତା ପୂରଣରେ ପୁଣି କଷ୍ଟ ଦେବ।

Advertisment

ତେବେ ଜାତୀୟ ବଜାରରେ ଦର ନିୟନ୍ତ୍ରଣ କରିବା ଓ ଚାହିଦା ମୁତାବକ ଖାଦ୍ୟଦ୍ରବ୍ୟ ମହଜୁଦ୍ ରଖିବା ନିମନ୍ତେ ସରକାର ଏହି ପଦକ୍ଷେପ ନେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

ଦେଶରେ ଚାଉଳର ଦର ୧୪ରୁ ୧୫ ପ୍ରତିଶତ ବୃଦ୍ଧି ପାଇଛି। ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ସରକାର ଏହି ନିଷ୍ପତ୍ତି ନେଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

Advertisment

ବିଶ୍ୱର ଅଧିକାଂଶ ଦେଶର ପ୍ରମୁଖ ଖାଦ୍ୟ ଭାତ ହୋଇଥିବା ବେଳେ କୋଭିଡ୍ ମହାମାରୀ, ୟୁକ୍ରେନ୍‌ ଯୁଦ୍ଧ ଓ ଏଲ୍‌ ନିନୋ ପ୍ରଭାବରେ ସୃଷ୍ଟି ଖାଦ୍ୟ ଅଭାବକୁ ଏହି ବ୍ୟାନ୍‌ ଆହୁରି ପ୍ରଭାବିତ କରିବା ଅଶଙ୍କା ରହିଛି।

ବିଶ୍ୱର ବିଭିନ୍ନ ଦେଶର ଚାହିଦାର ୪୦ ପ୍ରତିଶତ ଚାଉଳ ଭାରତ ରପ୍ତାନୀ କରିଥାଏ। ତେଣୁ ଭାରତ ସରକାରଙ୍କ ଚାଉଳ ରପ୍ତାନୀ ବନ୍ଦ ନେଇ କଠୋର ନିଷ୍ପତ୍ତି ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଗ୍ରୋ ଇଣ୍ଟିଲିଜେନ୍ସ ଅଶଙ୍କା ପ୍ରକାଶ କରିଛି।

ବିଶେଷ ଭାବେ ଆଫ୍ରିକୀୟ ଦେଶ, ତୁର୍କୀ, ସିରିଆ, ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଓ ଦରବୃଦ୍ଧି ଦେଇ ଗତି କରୁଥିବା ଦେଶଗୁଡ଼ିକୁ ଏଭଳି ବ୍ୟାନ୍‌ ନିଷ୍ପତ୍ତି ପ୍ରଭାବିତ କରିବ।

ଗତବର୍ଷ ଭାରତ ୧୦.୩ ମିଲିୟନ ଟନ୍‌ ଚାଉଳ ରପ୍ତାନୀ କରିଥିଲା। ଆବଶ୍ୟକ ଚାହିଦା ପୂରଣ ନିମନ୍ତେ ଅନ୍ୟ କେହି ରପ୍ତାନୀକାରୀ ଏପର୍ଯ୍ୟନ୍ତ ମିଳି ନଥିବା ରୋବବ୍ୟାଙ୍କ ବରିଷ୍ଠ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

ଥାଇଲାଣ୍ଡ, ଭିଏତନାମ ସମେତ କିଛିକାଂଶରେ ପାକିସ୍ତାନ ଓ ଆମେରିକା ଚାଉଳ ରପ୍ତାନୀ କରୁଥିଲେ ହେଁ ଏହା ବିଶ୍ୱ ବଜାରର ଆବଶ୍ୟକତା ପୂରଣ ନିମନ୍ତେ ଯଥେଷ୍ଟ ନୁହେଁ। ମସ୍କୋ ବ୍ଲାକ୍‌ ସି ଗ୍ରେନ୍ ଚୁକ୍ତିରୁ ଓହରି ଯିବା ପରେ ଗହମ ଦର ବୃଦ୍ଧି ପାଇଛି। ଯେଉଁମାନେ ଗହମ ବ୍ୟବହାର କରୁଥିଲେ ବିକଳ୍ପ ଭାବେ ଶସ୍ତାରେ ମିଳୁଥିବା ଚାଉଳ ବ୍ୟବହାର କରୁଥିଲେ। ଏବେ ଭାରତ ଚାଉଳ ରପ୍ତାନୀ ବନ୍ଦ ନିଷ୍ପତ୍ତି ନେଇଥିବାରୁ ବିଶ୍ୱବାସୀଙ୍କ ଖାଦ୍ୟ ଥାଳିକୁ ପ୍ରଭାବିତ କରିବା ଅନୁମାନ କରାଯାଉଛି।

ସୂଚନା ଥାଉକି, ଗତବର୍ଷ ଠାରୁ ଦର ନିୟନ୍ତ୍ରଣ ନିମନ୍ତେ ଗହମ ଓ ଚିନି ରପ୍ତାନୀ ଉପରେ ଭାରତ ସରକାର କଟକଣା ଜାରି କରିଥିଲେ।

Price Hike Centrer Top
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe