Advertisment

ଚା' ନ ମିଳିବାରୁ ରାଗିଗଲେ ଡାକ୍ତର, ଅଧାରୁ ଅପରେସନ୍‌ ଛାଡ଼ି ପଳେଇଲେ

ରୋଗୀଙ୍କୁ ଅପରେସନ୍‌ ନ କରି ଅଧାରେ ଛାଡି ଚାଲି ଯାଇଥିବା ଡାକ୍ତରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

Doctor leave surgery

Doctor leave surgery

Advertisment

ଚାଲିଥିଲା ଅସ୍ତ୍ରୋପଚାର। ଏହାରି ଭିତରେ ଚା' ପିଇବାକୁ ଡାକ୍ତରଙ୍କୁ ଘାରିଥିଲା ନିଶା। ତେବେ ହସ୍ପିଟାଲ ଭିତରେ ତାଙ୍କୁ ଚା' ମିଳିନଥିଲା। ଏହାପରେ ରାଗି ଯାଇଥିଲେ ଡାକ୍ତର। ଏପରିକି ରୋଗୀଙ୍କୁ ଅପରେସନ୍‌ ବେଡ୍‌ରେ ଛାଡ଼ି ଅଧାରୁ ପଳାଇ ଯାଇଥିଲେ। ଏଭଳି କିଛି ଘଟଣା ଘଟିଛି ମହାରାଷ୍ଟ୍ର ନାଗପୁରର ଏକ ସରକାରୀ ହସ୍ପିଟାଲରେ।

Advertisment

ନାଗପୁରର ମୌଦା ତହସିଲରେ ଥିବା ଏକ ସ୍ୱାସ୍ଥ୍ୟ କେନ୍ଦ୍ର। ଏଠାକୁ ଗତ ୩ ତାରିଖରେ ୮ ଜଣ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଆସିଥିଲେ। ଏଥିପାଇଁ ରାମଟେକ୍‌ ଜହସିଲରୁ ଆର୍‌ଏଚ୍‌ ସରକାରୀ ହସ୍ପିଟାଲର ଡାକ୍ତର ତେଜରଙ୍ଗ ଭାଲବିଙ୍କୁ ଡକାଯାଇଥିଲା। ସେ ପ୍ରଥମେ ଚାରୋଟି ଅପରେସନ୍‌ କରିଥିଲେ। ଏହାପରେ ତାଙ୍କୁ ଚା' ପିଇବା ପାଇଁ ଇଚ୍ଛା ହୋଇଥିଲା। ତେବେ ତାଙ୍କୁ କେହି ଚା' ଆଣିକି ଦେଇନଥିଲେ। ବାସ୍‌ ଏତିକିରେ ଡାକ୍ତର ବାବୁ ରାଗି ଯାଇଥିଲେ। ତେବେ ଅନ୍ୟ ଚାରି ଜଣ ମହିଳାଙ୍କୁ ଆନାସଥେସିଆ ଇନ୍‌ଜେକ୍‌ସନ୍‌ ଦିଆ ସରିଥିଲେ ମଧ୍ୟ ଅସ୍ତ୍ରୋପଚାର ନକରି ଅଧାରୁ ରୋଗୀଙ୍କୁ ଅପରେସନ୍‌ ବେଡ୍‌ରେ ଛାଡି ବାହାରକୁ ଚାଲି ଆସିଥିଲେ ଡାକ୍ତର। ପରେ ଅନ୍ୟ ଡାକ୍ତରଙ୍କ ଏକ ଟିମ୍‌କୁ ଡକାଯାଇ ଅନ୍ୟ ୪ ମହିଳାଙ୍କ ଅପରେସନ୍‌ କରାଯାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସକରାରୀ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ପଦାରେ ପଡିଛି। ରୋଗୀଙ୍କୁ ଅପରେସନ୍‌ ନକରି ଅଧାରେ ଛାଡି ଚାଲି ଯାଇଥିବା ଡାକ୍ତରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ପରିଷଦର ସିଇଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇଓ ସୂଚନା ଦେଇ କହିଛନ୍ତି।

Advertisment

ଏହା ବେଶ୍‌ ଗୁରୁତର ମାମଲା। ଯଦି ଚା' ପାଇଁ ଡାକ୍ତର ଅପରେସନ୍‌କୁ ଅଧାରେ ଛାଡି ଚାଲିଯାଉଛନ୍ତି ତେବେ ଏଭଳି ଡାକ୍ତରଙ୍କ ବିରୋଧରେ ଦଫା ୩୦୪ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଜିଲ୍ଲା ପିରଷଦର ସିଇଓ ସୌମ୍ୟା ଶର୍ମା କହିଛନ୍ତି।

Doctor Maharashtra Govt Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe