/odisha-reporter/media/post_attachments/uploadimage/library/16_9/16_9_0/Cyber__1755944455.jpg)
Cyber
ହ୍ୱାଟସଆପରେ ଆସିଥିବା ଗୋଟିଏ ସାଧାରଣ ବାହାଘର ନିମନ୍ତ୍ରଣକୁ କ୍ଲିକ କରିବା ଜଣେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ରର ହିଙ୍ଗୋଲିର ଏହି ସରକାରୀ କର୍ମଚାରୀ ଜଣଙ୍କ ନିମନ୍ତ୍ରଣ ପତ୍ରରେ କ୍ଲିକ କରି ପ୍ରାୟ ୨ ଲକ୍ଷ ଟଙ୍କା ହରାଇଛନ୍ତି।
ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ପାଖକୁ ହ୍ୱାଟସଆପରେ ଅଜଣା ନମ୍ବରରୁ ମେସେଜ ଆସିଥିଲା। ଏଥିରେ ତାଙ୍କୁ ଅଗଷ୍ଟ ୩୦ରେ ହେବାକୁ ଥିବା ବାହାଘର ପାଇଁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ଲେଖାଯାଇଥିଲା ଯେ “ସ୍ୱାଗତମ। ବାହାଘରରେ ଯେମିତି ହେଲେ ଆସିବେ। ୩୦/୦୮/୨୦୨୫। ପ୍ରେମ ଏମିତି ଏକ ମାଷ୍ଟର ଚାବି, ଯାହା ଖୁସିର ଦ୍ୱାରକୁ ଖୋଲିଥାଏ।” ଏହା ତଳେ ଗୋଟିଏ ସାଧାରଣ ନିମନ୍ତ୍ରଣ ଭଳି ଫିଡିଏଫ ଫାଇଲ ରହିଥିଲା।
ଏହାକୁ ବ୍ୟକ୍ତି ଜଣଙ୍କ ଖୋଲିଥିଲେ। ବାସ୍ ଏହାପରେ ସେ ସାଇବର ଠକେଇର ଶିକାର ହୋଇଥିଲେ। ବାସ୍ତବରେ ଉକ୍ତ ଫିଡିଏଫଟି ଆଣ୍ଡରୋଏଡ ଆପ୍ଲିକେସନ ପ୍ୟାକେଜ ବା ଏପିକେ ଫାଇଲ। ଏହାକୁ ବିବାହ ନିମନ୍ତ୍ରଣ ପତ୍ର ଭାବେ ଖଞ୍ଜା ଯାଇଥିଲା। ଏପିକେ ଫାଇଲ ଦ୍ୱାରା ସାଇବର ଠକମାନେ ଜଣଙ୍କ ଫୋନରେ ପ୍ରବେଶ କରନ୍ତି ଓ ସମ୍ବେଦନଶୀଳ ତଥ୍ୟକୁ ଚୋରି କରି ନିଅନ୍ତି।
ହିଙ୍ଗୋଲିରେ ମଧ୍ୟ ସମାନ ଘଟଣା ଘଟିଛି। ସରକାରୀ କର୍ମଚାରୀ ଜଣଙ୍କ ଯେତେବେଳେ ଉକ୍ତ ଫାଇଲରେ କ୍ଲିକ କରିଛନ୍ତି, ସାଇବର ଅପରାଧୀମାନେ ତାଙ୍କ ତଥ୍ୟକୁ ହ୍ୟାକ କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୧,୯୦,୦୦୦ ଟଙ୍କା ନେଇ ଯାଇଛନ୍ତି।
ସାଇବର ସେଲ ପକ୍ଷରୁ ଏନେଇ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଗୋଟିଏ ମାମଲା ରୁଜୁ କରାଯାଇଛି। ଏଥିସହ ଘଟଣାର ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
