Advertisment

କୋଚିଂ ସେଣ୍ଟରରେ ଅଘଟଣ: ତଦନ୍ତ କମିଟି ଗଠନ କଲେ କେନ୍ଦ୍ର ସରକାର, ୩୦ ଦିନରେ ରିପୋର୍ଟ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରାଯାଇଛି। କେଉଁ ପରିସ୍ଥିତିରେ କୋଚିଂ ସେଣ୍ଟରରେ ବର୍ଷା ପାଣି ପଶି ଯିବାରୁ ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହେଲା, ତା’ର ତଦନ୍ତ କମିଟି କରିବ।

RAU

RAU

Advertisment

ଦେଶର ରାଜଧାନୀ ଦିଲ୍ଲୀର ପୁରୁଣା ରାଜିନ୍ଦର ନଗରରେ ଥିବା ଗୋଟିଏ କୋଚିଂ ସେଣ୍ଟରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଥିବା ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରାଯାଇଛି। କେଉଁ ପରିସ୍ଥିତିରେ କୋଚିଂ ସେଣ୍ଟରରେ ବର୍ଷା ପାଣି ପଶି ଯିବାରୁ ୩ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହେଲା, ତା’ର ତଦନ୍ତ କମିଟି କରିବ।

Advertisment

ରାଉ ଆଇଏଏସ୍‌ ଷ୍ଟଡି ସର୍କଲରେ ଘଟିଥିବା ଅଘଟଣ ପଛର କାରଣ କ’ଣ? ଏଥିପାଇଁ ଦାୟୀ କିଏ? ଭବିଷ୍ୟତରେ ଯେମିତି ଏପରି ଘଟଣା ନ ଘଟିବ, ତା’ର ପଦକ୍ଷେପ ଓ ନୀତି ପ୍ରଣୟନ ସମ୍ପର୍କରେ ମଧ୍ୟ କମିଟି ପ୍ରସ୍ତାବ ଦେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କମିଟିରେ ଗୃହ ଓ ନଗରର ଉନ୍ନୟନ ବ୍ୟାପାରର ଅତିରିକ୍ତ ସଚିବ, ଦିଲ୍ଲୀ ସରକାରଙ୍କ ପ୍ରମୁଖ ସଚିବ(ଗୃହ), ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର କମିଶନର, ଅଗ୍ନି ପରାମର୍ଶଦାତା ଓ ଯୁଗ୍ମ ସଚିବ ରହିଛନ୍ତି। କମିଟିକୁ ଘଟଣାର ତଦନ୍ତ କରି ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

Advertisment

ଶନିବାର କୋଚିଂ ସେଣ୍ଟରର ୨ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ପୁଲିସ ୭ ଜଣଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର ମାଲିକ, ଘଟଣା ପୂର୍ବରୁ ଜୋରରେ କୋଚିଂ ସେଣ୍ଟର ଆଗରେ ଜମି ଥିବା ପାଣିରେ ଥର ନେଇ ଯାଉଥିବା ଡ୍ରାଇଭର ମଧ୍ୟ ରହିଛନ୍ତି।

IAS Coaching Centre Delhi IAS Coaching Centre
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe