/odisha-reporter/media/post_attachments/uploadimage/library/16_9/16_9_0/Kharif_1748435536.jpg)
Kharif
ଖରିଫ ଫସଲ ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ପ୍ରକାରର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍ପିକୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଅର୍ଥନୀତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ମୋଟ ୧୪ଟି ଖରିଫ ଫସଲର ଏମଏସ୍ପି ବୃଦ୍ଧି ଉପରେ ମୋର ମାରିଛି। ଏହି କମିଟିର ଅଧ୍ୟକ୍ଷତା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ।
ବୈଠକ ପରେ ଏମଏସ୍ପି ବୃଦ୍ଧି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ଧାନର ଏସ୍ପିକୁ କେନ୍ଦ୍ର ସରକାର ୬୯ ଟଙ୍କା ବୃଦ୍ଧି କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷୀମାନେ ନିଜର ଧାନକୁ କ୍ୱିଣ୍ଟାଲ ପିଛା ୨୩୬୯ ଟଙ୍କାରେ ବିକ୍ରି କରିପାରିବେ। ପୂର୍ବରୁ କ୍ୱିଣ୍ଟାଲ ପିଛା ଏମଏସ୍ପି ୨୩ଶହ ଟଙ୍କା ଥିଲା। ସେହିପରି ଗ୍ରେଡ ଏ ଧାନ ପାଇଁ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ।
ଅଳସୀ ମଞ୍ଜିର ଏମଏସ୍ପି ସବୁଠାରୁ ଅଧିକ ବୃଦ୍ଧି ହୋଇଛି। ଏହାର କ୍ୱିଣ୍ଟାଲ ପିଛା ଦାମ ୮୨୦ ଟଙ୍କା ବଢ଼ିଛି। ଏଣିକି ଚାଷୀଙ୍କୁ ନାଇଜର ସିଡ ବା ଅଳସୀ ମଞ୍ଜି ପାଇଁ କ୍ୱିଣ୍ଟାଲ ପିଛା ୯୫୩୭ ଟଙ୍କା ମିଳିବ। ଏହାବାଦ ମାଣ୍ଡିଆ ଦାମ କ୍ୱିଣ୍ଟାଲ ପିଛା ୫୯୬ ଟଙ୍କା, କଟନର ଦାମ ୫୮୯ ଟଙ୍କା ଓ ତିଳ ବା ଖସା ବା ରାଶିର ଏମଏସପି ୫୭୯ ଟଙ୍କା ବଢ଼ିଛି।
#Cabinet approves Minimum Support Prices (#MSP) for Kharif Crops for Marketing Season 2025-26
Read here: https://t.co/LqOyi9rKPO#CabinetDecisions@AgriGoI
1/2 pic.twitter.com/LaLwVo16ci
— PIB India (@PIB_India) May 28, 2025
ପୂର୍ବରୁ ମକା ପାଇଁ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୨୨୨୫ ଟଙ୍କା ମିଳୁଥିଲା। କିନ୍ତୁ ଏବେ ଏହାର ଏମଏସ୍ପିକୁ ୨୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଚିନାବାଦାମର ଏମଏସପି ୪୮୦ ଟଙ୍କା, ସୂର୍ଯ୍ୟମୁଖୀର ଏମଏସପି ୪୪୧ ଟଙ୍କା ଓ ସୋୟାବିନର ଏମଏସ୍ପିକୁ କେନ୍ଦ୍ର ସରକାର ୪୩୬ ଟଙ୍କା ବୃଦ୍ଧି କରିଛନ୍ତି।
ଡାଲି ଜାତୀୟ ଦ୍ରବ୍ୟର ଏମଏସ୍ପି ମଧ୍ୟ ବଢ଼ିଛି। ହରଡ଼ ଡାଲିର ଏମଏସ୍ପି ୪୫୦ ଟଙ୍କା ଓ ମୁଗ ଡାଲିର ଏମଏସପି ମାତ୍ର ୮୬ ଟଙ୍କା ବଢ଼ିଛି। ତେବେ ବିରି ପାଇଁ ଚାଷୀମାନେ କ୍ୱିଣ୍ଟାଲ ପିଛା ଅଧିକ ୪୦୦ ଟଙ୍କା ଏମଏସପି ପାଇବେ। ଏହାବାଦ ହାଇବ୍ରିଡ ଯଅର କ୍ୱିଣ୍ଟାଲ ପିଛା ଦାମ ୩,୬୯୯ ଟଙ୍କା ଓ ସାଧାରଣ ଯଅର କ୍ୱିଣ୍ଟାଲ ପିଛା ଦାମ ୩,୭୪୯ ଟଙ୍କାରେ ପହଞ୍ଚିଛି। ଏହାର ଏମଏସପି ୩୨୮ ଟଙ୍କା ଲେଖାଏ ବଢ଼ିଛି।
ବାଜରାର କ୍ୱିଣ୍ଟାଲ ପିଛା ଏମଏସ୍ପି ୧୫୦ ଟଙ୍କା ବଢ଼ି ୨୭୭୫ରେ ପହଞ୍ଚିଛି। କପାର କ୍ୱିଣ୍ଟାଲ ପିଛା ଏମଏସ୍ପିକୁ କେନ୍ଦ୍ର ସରକାର ୫୮୯ ଟଙ୍କା ବୃଦ୍ଧି କରିଛନ୍ତି। ଏବେ ଚାଷୀଙ୍କୁ କପା ପାଇଁ କ୍ୱିଣ୍ଟାଲ ପିଛା ୭୭୧୦ ଟଙ୍କା ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
