minimum wage rates for workers
ଦଶହରା ଓ ଦିପାବଳୀ ପୂର୍ବରୁ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଶ୍ରମିକମାନଙ୍କୁ ସହାୟତା ପ୍ରଦାନ ଓ ସେମାନଙ୍କର ଜୀବନର ମାନ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଭାରିଏବୁଲ ଡିୟରନେସ ଆଲାଉନ୍ସ(ଭିଡିଏ)କୁ ସଂଶୋଧନ କରି ସର୍ବନିମ୍ନ ମଜୁରୀ ଦର ବୃଦ୍ଧି କରିଛନ୍ତି।
ସରକାରୀ ଅଫିସରେ ନିର୍ମାଣ କାର୍ଯ୍ୟ, ଲୋଡିଂ, ଅନଲୋଡିଂ, ୱାଚ୍ ଓ ୱାର୍ଡ, ସଫେଇ, ହାଉସ କିପିଂ ସମେତ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନେ ଏହି ନୂତନ ବେତନ ହାରରେ ଉପକୃତ ହେବେ। ୨୦୨୪ ଅକ୍ଟୋବର ୧ରୁ ନୂତନ ବେତନ ହାର କାର୍ଯ୍ୟକାରୀ ହେବ। ୨୦୨୪ ଏପ୍ରିଲ ଶେଷଥର ପାଇଁ ଭିଡିଓରେ ସଂଶୋଧନ ହୋଇଥିଲା।
ସଂଶୋଧିତ ସର୍ବନିମ୍ନ ମଜୁରୀ ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ଲାଗୁ ହେବ। ସଂଶୋଧନ ପରେ, ଅଣକୁଶଳୀ କାର୍ଯ୍ୟ ପାଇଁ ନିର୍ମାଣ, ସଫେଇ, ଲୋଡିଂ ଓ ଅନଲୋଡିଂରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ସେକ୍ଟର "ଏ" ରେ ସର୍ବନିମ୍ନ ମଜୁରୀ ହାର ଦିନକୁ ୭୮୩ ଟଙ୍କା (ମାସିକ ୨୦, ୩୫୮ ଟଙ୍କା) ହେବ।
ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ପାଇଁ ଏହା ଦୈନିକ ୮୬୮ ଟଙ୍କା ହେବ। ଏହାର ଅର୍ଥ ସେମାନଙ୍କୁ ମାସକୁ ୨୨, ୫୬୮ ଟଙ୍କା ମିଳିବ। କୁଶଳୀ ଶ୍ରମିକମାନେ ଦିନକୁ ୯୫୪ ଟଙ୍କା ଏପରି ମାସକୁ ୨୪,୮୦୪ ଟଙ୍କା ପାଇବେ। ଉଚ୍ଚ କୁଶଳୀ ଶ୍ରମିକମାନେ ପ୍ରତିଦିନ ୧୦୩୫ ଟଙ୍କା (ମାସକୁ ୨୬,୯୧୦) ଟଙ୍କା ପାଇବେ ବୋଲି ଧାର୍ଯ୍ୟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1727367966.jpg)