Advertisment

ଟ୍ରମ୍ପଙ୍କ ଟାରିଫରେ ପ୍ରଭାବିତ ରପ୍ତାନୀକାରୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ସ୍କିମ!

ଆମେରିକା ପ୍ରଶାସନ ଭାରତୀୟ ଦ୍ରବ୍ୟ ଉପରେ ଲାଗୁ କରିଥିବା ୫୦% ଟାରିଫ ଦ୍ୱାରା ଅନେକ ରପ୍ତାନୀକାରୀ ପ୍ରଭାବିତ ହୋଇଛନ୍ତି। ସେମାନେ ସାମ୍ନା କରୁଥିବା ସମସ୍ୟାକୁ ଲାଘବ କରିବା ପାଇଁ କେନ୍ଦ୍ର ସରକାର ଗୋଟିଏ ରିଲଫ ପ୍ୟାକେଜ ଘୋଷଣା କରିବେ।

PM Modi

PM Modi

Advertisment

ସାଧାରଣ ଲୋକଙ୍କ ଆଶ୍ୱସ୍ତି ଦେବା ପାଇଁ ୮ ବର୍ଷ ପରେ ଜିଏସ୍‌ଟି ହ୍ରାସ କରିଥିବା କେନ୍ଦ୍ର ସରକାର ଏବେ ଆଉ ଏକ ବଡ଼ ପଦକ୍ଷେପ ନେବା ମୁଡରେ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁ ପ୍ରଭାବିତ ଭାରତୀୟ ରପ୍ତାନୀକାରୀଙ୍କୁ ସହଯୋଗ କରିବାକୁ ସରକାର ନୂଆ ସ୍କିମ ଘୋଷଣା କରିପାରନ୍ତି।

Advertisment

ସୂତ୍ର ଅନୁସାରେ, ଆମେରିକା ପ୍ରଶାସନ ଭାରତୀୟ ଦ୍ରବ୍ୟ ଉପରେ ଲାଗୁ କରିଥିବା ୫୦% ଟାରିଫ ଦ୍ୱାରା ଅନେକ ରପ୍ତାନୀକାରୀ ପ୍ରଭାବିତ ହୋଇଛନ୍ତି। ସେମାନେ ସାମ୍ନା କରୁଥିବା ସମସ୍ୟାକୁ ଲାଘବ କରିବା ପାଇଁ କେନ୍ଦ୍ର ସରକାର ଗୋଟିଏ ରିଲଫ ପ୍ୟାକେଜ ଘୋଷଣା କରିବେ। ଏବେ ଏହା ଉପରେ ଆଲୋଚନା ଚାଲିଛି। ଭାରତର ଜିଏସ୍‌ଟି ୨.୦ ସଂସ୍କାର  ଯେଉଁଭଳି ଘରୋଇ ବଜେଟରେ ସୁଧାର ଆଣିବ, ସେଭଳି ଆଶ୍ୱସ୍ତି ରପ୍ତାନୀକାରୀଙ୍କୁ ଦେବା ପାଇଁ ଭାରତ ଚାହୁଁଛନ୍ତି।

ଘୋଷଣା ହୋଇପାରେ ରିଲିଫ ପ୍ୟାକେଜ

ସରକାରୀ ଅଧିକାରୀଙ୍କ କହିବା କଥା ଯେ ଟ୍ରମ୍ପ ପ୍ରଶାସନର ବର୍ଦ୍ଧିତ ୫୦% ଟାରିଫ ଦ୍ୱାରା ପ୍ରଭାବିତ ହୋଇଥିବା ରପ୍ତାନୀକାରୀଙ୍କୁ ଆଶ୍ୱସ୍ତି ଦେବାକୁ ଖୁବଶୀଘ୍ର ସ୍ୱତନ୍ତ୍ର ସ୍କିମ ଘୋଷଣା କରାଯିବ। ଟାରିଫ ଦ୍ୱାରା ବୟନଶିଳ୍ପ ଠାରୁ ଆରମ୍ଭ କରି ଅଳଙ୍କାର ଓ ମୂଲ୍ୟବାନ ଧାତୁ ରପ୍ତାନୀ କରୁଥିବା ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି। ଭାରତର ରପ୍ତାନୀ ଆୟରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଏବେ ଟାରିଫ ଯୋଗୁ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି। ସେମାନଙ୍କ ସମସ୍ୟାରେ ସୁଧାର ଆଣିବାକୁ ସରକାର ଉଦ୍ୟମ କରୁଛନ୍ତି।

Advertisment

ଅନ୍ୟ ଶିଳ୍ପର ରପ୍ତାନୀକାରୀମାନେ ମଧ୍ୟ ଟାରିଫ ନୀତି ଯୋଗୁ ଚାପରେ ରହିଛନ୍ତି। ଚମଡ଼ା, ଜୋତା, କେମିକାଲ, ଇଞ୍ଜିନିୟରିଂ ଦ୍ରବ୍ୟ, କୃଷି ଓ ସାମୁଦ୍ରିକ ରପ୍ତାନୀକୁ ମଧ୍ୟ ଟାରିଫ ନୀତି ଝଟକା ଦେଇଛି। ଉଚ୍ଚ ଟାରିଫ ଯୋଗୁ ଭାରତୀୟ ଦ୍ରବ୍ୟଗୁଡ଼ିକର ଚାହିଦା ଆମେରିକା ମାର୍କେଟରେ ହ୍ରାସ ପାଇବ। ଏହାଦ୍ୱାରା ଅର୍ଡର ସମୟକ୍ରମେ କମିଯିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି।

କ୍ଷୁଦ୍ର ଓ ମଧ୍ୟମଧରର ରପ୍ତାନୀମାନେ ସାମ୍ନା କରୁଥିବା ଲିକ୍ୟୁଡିଟୀ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସରକାର ଯୋଜନା କରୁଛନ୍ତି। ବିଦେଶୀ କ୍ରେତାମାନେ ଟଙ୍କା ଦେବାରେ ସମୟ ନେଉଥିବାରୁ କର୍ମଚାରୀମାନଙ୍କୁ ଆର୍ଥିକ ସଙ୍କଟର ମଧ୍ୟ ସାମ୍ନା କରିବାକୁ ପଡ଼ିଛି। ତେଣୁ ସରକାର ଏମିତି ଏକ ପ୍ୟାକେଜ ଘୋଷଣା କରିବାକୁ ଚାହୁଁଛନ୍ତି, ଯାହା ଅଧୀନରେ ରପ୍ତାନୀକାରୀମାନେ ବେଶ ସହଜରେ ବ୍ୟବସାୟ କରିବାକୁ ଋଣ ପାଇପାରିବେ।

ସେହିପରି କେହି ଯେମିତି ଚାକିରି ନ ହରାଇବେ, ତା’କୁ ମଧ୍ୟ ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି। ମହାମାରୀ କରୋନା ବେଳେ ସରକାର ଯେଉଁଭଳି ପ୍ୟାକେଜ ଘୋଷଣା କରିଥିଲେ, ଏବେ ସେମିତି କିଛି କରିବା ଲକ୍ଷ୍ୟରେ ରହିଛନ୍ତି। ମହାମାରୀ ବେଳେ ଏମଏସ୍‌ଏମଇ ପାଇଁ ସରକାର ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ। ନିଯୁକ୍ତି ଓ ବ୍ୟବସାୟର ସୁରକ୍ଷର ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା।

PM Modi Donald Trump Tariff Rules
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe