/odisha-reporter/media/media_files/2026/03/09/lpg-2026-03-09-19-48-18.jpg)
ଏଲପିଜି
Middle East War Updates: ଘରୋଇ ଏଲପିଜି ସିଲିଣ୍ଡର ବୁକିଂର ସର୍ବନିମ୍ନ ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ଜଣେ ଉପଭୋକ୍ତା ୨୧ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ବୁକିଂ କରିବାର ଅଧିକାର ପାଉଥିଲେ। ଏବେ ଏହାକୁ ସରକାର ୨୫କୁ ବୃଦ୍ଧି କରି ଦେଇଛନ୍ତି।
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଲୋକମାନେ ଅଧିକ ମାତ୍ରାରେ ବୁକିଂ କରୁଛନ୍ତି। ଏହାଦ୍ୱାରା କଳାବଜାରୀ ବଢ଼ିବାର ଆଶଙ୍କା ରହିଛି। ସେହିପରି ମାର୍କେଟରେ ଅପ୍ରାକୃତିକ ଭାବେ ଏଲପିଜି ସିଲିଣ୍ଡରର ସଙ୍କଟ ସୃଷ୍ଟି ହୋଇପାରେ। ଏଥିପାଇଁ ସରକାର ବୁକିଂ ଅବଧିକୁ ୨୫କୁ ବୃଦ୍ଧି କରିଥିବା ଜଣାପଡ଼ିଛି।
ଯୁଦ୍ଧ ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସ୍ୱାଭାବିକ ଭାବେ ବୁକିଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ଯେଉଁ ଉପଭୋକ୍ତାମାନେ ସାଧାଣତଃ ୫୫ ଦିନରେ ଥରେ ବୁକିଂ କରୁଥିଲେ ଏବେ ସେମାନେ ୧୫ ଦିନ ମଧ୍ୟରେ ଗ୍ୟାସ ପାଇଁ ବୁକିଂ କରୁଛନ୍ତି। ସେମାନେ ଅଧିକ ମାତ୍ରାରେ ଗ୍ୟାସ ସଂରକ୍ଷିତ କରି ରଖିବାର ଆଶଙ୍କା ଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ବୁକିଂ ସମୟସୀମାରେ ସଂଶୋଧନ କରି ସରକାର ସିଲିଣ୍ଡର ବଣ୍ଟନରେ ସ୍ୱଚ୍ଛତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।
ସମାନ ସମୟରେ ସରକାର ଦେଶର ରିଫାଇନାରୀମାନଙ୍କୁ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ବିଶେଷରେ କରି ଘରୋଇ ଏଲପିଜି ସିଲିଣ୍ଡର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି। ଯୋଗାଣରେ ସ୍ଥିରତା ଆଣିବା ପାଇଁ ସରକାର ଅତିରିକ୍ତ ଭାବେ ଆମଦାନୀ ବିକଳ୍ପ କଥା ମଧ୍ୟ ଚିନ୍ତା କରୁଛନ୍ତି। ଆଲଜେରିଆ, ଅଷ୍ଟ୍ରେଲିଆ, କାନାନା ଓ ନରୱେ ଭଳି ଦେଶ ସହ ଏଲପିଜି ପାଇଁ ସରକାର ଯୋଗାଯୋଗରେ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଯୁଦ୍ଧ ମଧ୍ୟରେ ସରକାର ଦେଶବାସୀଙ୍କୁ ବଡ଼ ଆଶ୍ୱସନା ମଧ୍ୟ ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ସମସ୍ତେ ସମସ୍ତ ପ୍ରକାରର ତେଲର ଅଭାବ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇନାହିଁ। କୌଣସି ପେଟ୍ରୋଲ ପମ୍ପରେ ତେଲର ସଙ୍କଟ ଦେଖାଯାଇନି। ଏହାବାଦ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିଲେ ହେଁ ଦେଶରେ ଏବେ ପେଟ୍ରୋଲ କିମ୍ବା ଡିଜେଲ ଦର ବଢ଼ିବ ନାହିଁ ବୋଲି ସରକାର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
