Advertisment

ଦୁର୍ନୀତି କରିବାକୁ ଚାପ ପକାଉଥିଲେ ଅଧିକାରୀ, ଝୁଲି ପଡ଼ିଲେ କର୍ମଚାରୀ

କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ହେବା ନିମନ୍ତେ ଉଚ୍ଚ ପଦସ୍ଥ ଅଧିକାରୀ ପକାଉଥିଲେ ଚାପ । ଏଥିରେ ଅଣନିଶ୍ୱାସୀ ହୋଇ ଅଧୀନସ୍ଥ କର୍ମଚାରୀ ବାଛିନେଲେ ଆତ୍ମହତ୍ୟାର ବାଟ।

author-image
Niharika Rout
Bribe

Bribe

କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ହେବା ନିମନ୍ତେ ଉଚ୍ଚ ପଦସ୍ଥ ଅଧିକାରୀ ପକାଉଥିଲେ ଚାପ । ଏଥିରେ ଅଣନିଶ୍ୱାସୀ ହୋଇ ଅଧୀନସ୍ଥ କର୍ମଚାରୀ ବାଛିନେଲେ ଆତ୍ମହତ୍ୟାର ବାଟ। ମାତ୍ର ଏହା ପୂର୍ବରୁ ସିନିୟର ଅଫିସରଙ୍କ ଗୁମର କଥା ନିଜ ସୁଇସାଇଡ ନୋଟ୍‌ରେ ଲେଖି ଝୁଲି ପଡ଼ିଛନ୍ତି କର୍ମଚାରୀଜଣକ ।

Advertisment

ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକାର ବାଙ୍ଗାଲୁରୁରେ ଘଟିଛି। ୮୫ କୋଟିର ଦୁର୍ନୀତି ମାମଲାରେ ଫସିବା ଭୟରେ କର୍ମଚାରୀଜଣକ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ମୃତକ ବାଙ୍ଗାଲୁରୁ ନିଗମରେ କାର୍ଯ୍ୟରତ ୫୦ ବର୍ଷୀୟ ସରକାରୀ ଅଧିକାରୀ ଚନ୍ଦ୍ରଶେଖରନ ପି ବୋଲି ଜଣାଯାଇଛି।

ଚନ୍ଦ୍ରଶେଖରନ ନିଜ ସରକାରୀ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିବା ନେଇ ପୁଲିସ୍‌କୁ ସୂଚନା ମିଳିଥିଲା। ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରିବା ସହ ତା’ ନିକଟରୁ ୬ ପୃଷ୍ଠାର ଏକ ସୁଇସାଇଡ ନୋଟ୍‌ ଜବତ କରିଥିଲା।

Advertisment

ଗତ କିଛି ଦିନ ହେବ ଉପରୁ ଆସୁଥିବା ଚାପ ଯୋଗୁ ଅଣନିଶ୍ୱାସୀ ହୋଇ ପଡ଼ିଥିବା ଚନ୍ଦ୍ରଶେଖରନ ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। କାରଣର ନିଗମର ବରିଷ୍ଠ ଅଧିକାରୀ ତାଙ୍କ ଉପରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଚାପ ପ୍ରୟୋଗ କରୁଥିଲେ। ଏହାପରେ ଉକ୍ତ ଆକାଉଣ୍ଟକୁ ନିଗମର କୋଟି କୋଟି ଟଙ୍କା ଟ୍ରାନ୍ସଫର କରିବାକୁ ଧମକ ଦେଉଥିଲେ। ଏହା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରୁଥିବା ଚନ୍ଦ୍ରଶେଖରନ ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି।

ବିଜେପି ବିଧାୟକ ଏସ୍‌ ଏନ୍‌ ଚନ୍ନ ବସପ୍ପା ଏକ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରଶେଖରଙ୍କ ସୁଇସାଇଡ ନୋଟ ସମ୍ପର୍କରେ ଉଲ୍ଲେଖ କରି ନିଗମର ବିଭିନ୍ନ ଖାତାରେ ୧୮୭.୩ କୋଟି ଅନୁଦାନ ଥିବା କହିଥିଲେ। ସେଥିମଧ୍ୟରୁ ୮୫ କୋଟି ଭିନ୍ନ ଭିନ୍ନ ଖାତାକୁ ଟ୍ରାନ୍ସଫର କରାଯାଇ ଚଞ୍ଚକତା କରାଯାଇଥିବା ସେ ଅଭିଯୋଗ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Suicide Bribe Bangalore