Advertisment

ବୁଝାଇବାକୁ ଯାଇଥିଲେ ଅଫିସର, ତାଙ୍କୁ ହିଁ ନଡା ପୋଡିବାକୁ ଧରାଇଦେଲେ କୃଷକ

କୃଷକଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି।

ଅଦ୍ୟତନ ହୋଇଛି
Official 'forced' to burn paddy stubble

Official 'forced' to burn paddy stubble

Advertisment

ଭୟଙ୍କର ଭାବେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା । କୃଷକମାନେ ନଡ଼ା ଜାଳିବା ଯୋଗୁ ଏହା ବଢ଼ୁଥିବା କୁହାଯାଉଛି। ଏଥିପାଇଁ ସରକାର ନଡା ଜାଳିବାକୁ ବାରଣ କରିଛନ୍ତି। ନଡା ନ ଜାଳିବାକୁ ଘର ଘର ବୁଲି କୃଷକମାନଙ୍କୁ ବୁଝାଉଛନ୍ତି ସରକାରୀ ଅଫିସର। ତେବେ ବୁଝାଇବାକୁ ଯାଇଥିବା ସରକାରୀ ଅଫିସରଙ୍କ ହାତରେ ହିଁ ବଳ ପୂର୍ବକ ନଡା ପୋଡିବାକୁ ଧରାଇ ଦେଇଛନ୍ତି କୃଷକ। ଏଭଳି କିଛି ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ପଞ୍ଜାବର ଭଟିଣ୍ଡାରୁ।

Advertisment

ସୂଚନା ମୁତାବକ, କ୍ଷେତରେ ନିଆଁ ଲଗାଇବା ପାଇଁ କୃଷକଙ୍କୁ ରୋକିବାକୁ ଏକ ସରକାରୀ ଟିମ୍‌ ଭଟିଣ୍ଡା ଯାଇଥିଲେ। ଏହି ସମୟରେ, କୃଷକମାନେ ସରକାରୀ ଦଳର ନିର୍ଦ୍ଦେଶକୁ ଅବମାନନା କରିଥିଲେ। ଏପରିକି ଜଣେ ଅଧିକାରୀଙ୍କୁ ବଳପୂର୍ବକ ନଡା ଧରାଇ ନିଆଁ ଲଗାଇବାକୁ ବାଧ୍ୟ କରିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏହି ଭିଡିଓକୁ ସୋଶାଲ ମିଡିଆ ଆକାଉଣ୍ଟରେ ସେୟାର କରି ଏହାକୁ ନିନ୍ଦା କରିଛନ୍ତି। ଏନେଇ ଭଟିଣ୍ଡାର କେତେକ କୃଷକଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି।

ଶୁକ୍ରବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ‘ଏକ୍ସ୍‌’ରେ ଉକ୍ତ ଭିଡିଓକୁ ପୋଷ୍ଟ କରି କୃଷକମାନଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସରକାରୀ ଅଧିକାରୀଙ୍କ ହାତକୁ ୨ଜଣ କୃଷକ ଧରି ଦିଆଶିଲି କାଠି ଜଳାଇ ନଡ଼ା ପୋଡ଼ିବାକୁ ବଳ ପ୍ରୟୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି, ଧାନ ନଡ଼ା ନ ପୋଡ଼ିବା ଲାଗି କୃଷକମାନଙ୍କୁ କହିବା ପାଇଁ ସରକାରୀ ଅଧିକାରୀ ଜଣକ କ୍ଷେତକୁ ଯାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ହିଁ ନଡ଼ା ପୋଡ଼ିବାକୁ ବାଧ୍ୟ କରିଥିଲେ।

Advertisment

ଏହି ଘଟଣାଟି ଶୁକ୍ରବାର ଦିନ ମେହମା ସର୍‌ଜା ଗାଁ’ରେ ଘଟିଛି। ନଡ଼ାପୋଡ଼ି ଘଟଣା ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ସୁପର୍‌ଭାଇଜର୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁକୁ ଯାଇଥିଲେ। ସୁପର୍‌ଭାଇଜର୍‌ଙ୍କୁ କୃଷକ ସଙ୍ଗଠନର ୫୦/୬୦ଜଣ ଲୋକ ଘେରିଯାଇ ପାଖ ଚାଷ ଜମିକୁ ନେଇଯାଇଥିଲେ। ସେଠାରେ ସେମାନେ ତାଙ୍କୁ ନଡ଼ା ପୋଡ଼ିବାକୁ ବାଧ୍ୟ କରିଥିଲେ।

ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଗୁଲ୍‌ନୀତ୍‌ ସିଂହ ଖୁରାନା କହିଛନ୍ତି ଯେ, ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ କୃଷକମାନଙ୍କ ନାଁ’ରେ ପୁଲିସ ମାମଲା ରୁଜୁ କରିଛି। ଗିରଫ କରିବା ପାଇଁ ପୁଲିସ ଉକ୍ତ କୃଷକମାନଙ୍କର ସନ୍ଧାନ ଚଳାଇଛି। ସରକାରୀ ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେଇଥିବା କୃଷକମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିବା ଲାଗି ମୁଁ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌କୁ ଚିଠି ଲେଖିଛି ବୋଲି ଶନିବାର ଭଟିଣ୍ଡାର ଡେପୁଟି କମିସନର୍‌ ‌ଶୌକତ୍‌ ଅହମଦ୍‌ ପାରେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ଓ ନଭେମ୍ବରରେ ଦିଲ୍ଲୀରେ ବଢ଼ୁଥିବା ବାୟୁପ୍ରଦୂଷ ସ୍ତର ପଛରେ ପଞ୍ଜାବ ଓ ହରିୟାଣା ନଡା ପୋଡାଯିବା ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଏ। ପଞ୍ଜାବର ରିମୋଟ୍‌ ସେନ୍ସିଂ ସେଣ୍ଟରର ତଥ୍ୟ ଅନୁଯାୟୀ ଶନିବାର ସୁଦ୍ଧା ପଞ୍ଜାବରେ ୧୪,୧୭୩ଟି ନଡା ଜାଳିବା ମାମଲା ରେକର୍ଡ କରାଯାଇଛି।

Punjab Punjab Farmer Air Pollution Stubble Burning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe