Budget
ଭାରତୀୟ ରେଳବାଇକୁ ବୁଷ୍ଟ ଦେବାକୁ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଥିବା ବେଳେ ରେଳବାଇ ପାଇଁ ଏଥିରେ ରେକର୍ଡ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।
ସେହିପରି ୨୦୧୪ ତୁଳନାରେ ଏହା ୯ ଗୁଣ ଅଧିକ। କେନ୍ଦ୍ର ସରକାର ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି। ପିଏମ ଗତି ଶକ୍ତି ଓ ନ୍ୟାଶନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱାରାନ୍ୱିତ କରୁଛି। ୨୦୨୩ ଆର୍ଥିକ ବର୍ଷରେ ରେଳବାଇ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭% ଅଧିକ।
କେନ୍ଦ୍ର ସରକାର ମୋଟ ପୁଞ୍ଜି ବ୍ୟୟକୁ ୩୩% ବୃଦ୍ଧି ୧୦ ଟ୍ରିଲିୟନ ଟଙ୍କାରେ ପହଞ୍ଚାଇଛନ୍ତି। ଏହା ଜିଡିପିର ୩.୩%। ନିର୍ମଳା ସୀତାରମଣ ୫ମଥର ପାଇଁ ଆଜି ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ବଜେଟ ଭାଷଣରେ କେନ୍ଦ୍ର ସରକାର ଦେଶର ଅଭିବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
ନିର୍ମଳା ସୀତାରମଣ କହିଛନ୍ତି, ବିଶ୍ୱ ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅର୍ଥନୀତି ଠିକ୍ ଟ୍ରାକରେ ରହିଛି। ମହାମାରୀ କରୋନା ବେଳେ ଆମେ ମାଗଣା ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଇଥିଲୁ। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ୨୮ ମାସ ମାଗଣାରେ ରାସନ ଯୋଗାଇ ଦିଆଯାଇଛି।
ଏଥିସହ ଆଉ ବର୍ଷେ ଯାଏ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ବୃଦ୍ଧି କରିଛନ୍ତି। ୨୦୧୪ରୁ ଭାରତ ସରକାର ସମସ୍ତ ନାଗରିକ କେମିତି ଉପଯୁକ୍ତ ଅଧିକାର ପାଇବେ, ତା’ ଉପରେ ଗୁରୁତ୍ୱ ଦେଇ ଚାଲିଛନ୍ତି। ବର୍ତ୍ତମାନ ଦେଶର ମୁଣ୍ଡ ପିଛା ଆୟ ଦୁଇ ଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି। ଏହି ୯ ବର୍ଷ ମଧ୍ୟରେ ଭାରତର ଅର୍ଥନୀତିକ ଆକାର ୧୦ମ ସ୍ଥାନରୁ ଆସି ୫ ସର୍ବବୃହତ୍ତ ଅର୍ଥନୀତିରେ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Budget__1675234461.jpg)