Advertisment

ଭୁଲ୍‌ ତଥ୍ୟ ଦେଉଛି Wikipedia, ନୋଟିସ୍‌ ଜାରି କଲେ ସରକାର

ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ ଅଭିଯୋଗ ହୋଇଛି।

author-image
Madhupriya Mistry
Wikipedia

Wikipedia

ଭୁଲ୍‌ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି କିଛି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ୍‌ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି।

Advertisment

ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ ସରକାର ଉଇକିପିଡିଆକୁ ଏଖ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରକାରର ସରକାରୀ ବିବୃତ୍ତି ଦେଇନାହାଁନ୍ତି।

ଇଣ୍ଟରନେଟ୍ ଏନସାଇକ୍ଲୋପିଡ଼ିଆକୁ ଲେଖିଥିବା ଏକ ପତ୍ରରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କର ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ପୂରା ନିୟନ୍ତ୍ରଣ ରଖୁଥିବା ଜଣାପଡୁଛି। ଯେଉଁଥିପାଇଁ ଏହା ନିରପେକ୍ଷ ନୁହେଁ। ଉଇକିପିଡ଼ିଆରେ ପ୍ରକାଶିତ ସୂଚନା ସମ୍ବନ୍ଧରେ ବେଳେବେଳେ ଏଥିରେ ତ୍ରୁଟି ଦେଖାଯାଏ, ଯାହା ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି।

Advertisment

ଅନ୍‌ଲାଇନ୍ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା Wikipedia ହେଉଛି ଏକ ମାଗଣା ପ୍ଲାଟଫର୍ମ ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ତଥ୍ୟ ତଥା ସୂଚନା ହାସଲ କରିପାରିବେ। ଉଇକିପିଡ଼ିଆ ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି ଏବଂ ସଂପାଦନ କରିବାକୁ ଅନୁମତି ଦେଇଥାଏ। ଫଳ‌ରେ ଯିଏ ଯାହା ଲେଖିଲେ ବି ତାହା ସେଠାରେ ସ୍ଥାନିତ ହୋଇଥାଏ।

କହିରଖୁ ଯେ, ଦୁଇ ମାସ ପୂର୍ବେ ଯେତେବେଳେ ଦିଲ୍ଲୀ ହାଇକୋର୍ଟ ଉଇକିପିଡ଼ିଆକୁ ସମାଲୋଚନା କରିଥିଲେ ଏବଂ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ ସେତେବେଳେ ଏହି ମାମଲା ସାମ୍ନାକୁ ଆସିଥିଲା। ନ୍ୟୁଜ୍ ଏଜେନ୍ସି ଏସିଆନ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍ (ANI) ଦ୍ୱାରା ଉଇକିପିଡ଼ିଆ ବିରୋଧରେ ଏକ ମାମଲା ଦାଖଲ କରାଯାଇଥିଲା ଯେଉଁଥିରେ ଉଇକିପିଡ଼ିଆ ପୃଷ୍ଠାରେ ମିଥ୍ୟା ଏବଂ ଭୁଲ୍‌ ତଥ୍ୟ ଦିଆଯାଇଥିବା ANI ଦାବି କରିଥିଲା।

୨୦୦୧ରେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିଲା Wikipedia ଏବଂ ୨୦୦୩ ମସିହାରେ ପରେ ହିନ୍ଦୀ Wikipedia ଆରମ୍ଭ ହୋଇଥିଲା। Wikipediaକୁ ଜିମି ୱେଲ୍ସ ଏବଂ ଲ୍ୟାରି ସେଙ୍ଗର ଆରମ୍ଭ କରିଥିଲେ।

Wikipedia Government Raps Wikipedia