Advertisment

ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନ: ସଂସଦରେ ‘ଅପରେସନ ସିନ୍ଦୂର’ ସଂପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ

କିରଣ ରିଜିଜୁ କହିଛନ୍ତି ଯେ ମୌସୁମୀ ଅଧିବେଶନରେ ସରକାର ୧୭ଟି ବିଲ୍‌ ଆଗତ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

author-image
Jitendra Garnayak
Kiren Rijiju

Kiren Rijiju

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ସଂସଦର ଏହି ଅଧିବେଶନରେ ସରକାର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ସହିତ ‘ଅପରେସନ ସିନ୍ଦୂର’ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି କହିଛନ୍ତି।

Advertisment

ସେ କହିଛନ୍ତି ଯେ ସରକାର କୌଣସି ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚାହୁଁନାହାନ୍ତି। ଆମେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ଗୃହକୁ ସୁରୁଖୁରୁରେ ଚଲାଇବାକୁ ହେଲେ ସରକାର ଓ ବିରୋଧୀଙ୍କ ମଧ୍ୟରେ ସଠିକ ସମନ୍ୱୟ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ବିରୋଧୀମାନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ଦାବି ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ଥିବା ନେଇ ସାମ୍ବାଦିକମାନେ କହିବା ପରେ ମନ୍ତ୍ରୀ ଶ୍ରୀରିଜିଜୁ କହିଥିଲେ ଯେ ସରକାର ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଗୃହ ଭିତରେ ଦେବେ, ଗୃହ ବାହାରେ ନୁହେଁ।

Advertisment

ସେ କହିଛନ୍ତି ଯେ ଗୃହରେ ଗଠନମୂଳକ ବିତର୍କ ହେବା ଉଚିତ୍। ଯେତେବେଳେ ବି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂସଦରେ ଉଠେ, ପ୍ରଧାନମନ୍ତ୍ରୀ ସବୁବେଳେ ଉପସ୍ଥିତ ରହନ୍ତି।

କିରଣ ରିଜିଜୁ କହିଛନ୍ତି ଯେ ମୌସୁମୀ ଅଧିବେଶନରେ ସରକାର ୧୭ଟି ବିଲ୍‌ ଆଗତ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୧ଟି ରାଜନୀତିକ ଦଳର ୫୪ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକ ବେଶ୍ ଗଠନମୂଳକ ଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି। ଏଥିରେ ଏନ୍‌ଡିଏ, ୟୁପିଏ (ଇଣ୍ଡି ବ୍ଳକ୍‌) ଓ ସ୍ୱାଧୀନ ସାଂସଦମାନେ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ। ବିଭିନ୍ନ ପ୍ରସଙ୍ଗରେ ସଂସଦରେ ବିତର୍କ କରିବା ପାଇଁ ସେମାନେ ଦାବି କରିଥିଲେ।

Monsoon Session Operation Sindoor