Advertisment

କେନ୍ଦ୍ରର ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଉପରେ ଲାଗିଲା ରୋକ

କେନ୍ଦ୍ର ସରକାରଙ୍କ ସହ ଜଡିତ ସମସ୍ତ ମିଥ୍ୟା ଖବର କିମ୍ବା ଭୁଲ ତଥ୍ୟର ତଦାରଖ ତଥା ସତର୍କ କରିବା ପାଇଁ ଏଫସିୟୁ ବା ଫ୍ୟାକ୍ଟ ଚେକ୍‌ ୟୁନିଟ୍‌କୁ ଗଠନ କରାଯାଇଥିଲା।

author-image
Madhupriya Mistry
undefined

Supreme Court

କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଉପରେ ଲାଗିଲା ରୋକ୍‌। ସୁପ୍ରିମକୋର୍ଟ ଏହା ଉପରେ ରୋକ୍‌ ଲଗାଇଛନ୍ତି। ଫେକ୍‌ ବା ନକଲି ଖବର ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଫ୍ୟାକ୍ଟ ଚେକ୍ ୟୁନିଟ୍ ସ୍ଥାପନ କରାଯାଇଥିଲା। ଦିନକ ପୂର୍ବରୁ ହିଁ ପ୍ରେସ ଇନ୍‌ଫରମେସନ ବ୍ୟୁରୋ ଅଧିନରେ ଥବା ଫ୍ୟାକ୍ଟ ଚେକ୍‌ ୟୁନିଟ୍‌କୁ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କିରଥିଲେ। ତେବେ ଏହାଉପରେ ଆଜି ସର୍ବୋଚ୍ଚ ଅଦାଲତ ରୋକ ଲଗାଇ ଦେଇଛନ୍ତି।

Advertisment

ଏଥିସହ ସୁପ୍ରିମ କୋର୍ଟ ମାର୍ଚ୍ଚ ୨୦ ତାରିଖରେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ ନଲଗାଇବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି। ଫ୍ୟାକ୍ଟ ଚେକ୍‌ ୟୁନିଟ୍ ଭଲ ନା ଖରାପ ତାହା ଉପରେ ଆମେ କିଛି କହିପାରିବୁ ନାହିଁ। ବମ୍ବେ ହାଇକୋର୍ଟରେ ଏହି ମାମଲାର ବିଚାର କିରିବେ। ହାଇକୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ଆସିବା ଯାଏଁ ଏହି ନିୟମ ଉପରେ ରୋକ ଜାରି ରହିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପ୍ରକୃତରେ କେନ୍ଦ୍ର ସରକାରଙ୍କ ସହ ଜଡିତ ସମସ୍ତ ମିଥ୍ୟା ଖବର କିମ୍ବା ଭୁଲ ତଥ୍ୟର ତଦାରଖ ତଥା ସତର୍କ କରିବା ପାଇଁ ଏଫସିୟୁ ବା ଫ୍ୟାକ୍ଟ ଚେକ୍‌ ୟୁନିଟ୍‌କୁ ଗଠନ କରାଯାଇଥିଲା।

Advertisment

ଆଇଟି ନିୟମ ମୁତାବକ, ଯଦି ଏଫ୍‌ସିୟୁ କେନ୍ଦ୍ର ସରକାରଙ୍କ ସହ ଜଡିତ କୌଣସି ସୂଚନା ଫେକ୍ ବୋଲି ଜାଣିବାକୁ ପାଏ ତେବେ ତାକୁ ସୋଶାଲ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ ହେବ। ଯଦି ଏଭଳି ନକରାଯାଏ ତେବେ ଉକ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିୟମ ରହିଛି।

ତେବେ କେନ୍ଦ୍ର ସରକାରଙ୍କ ଏହି ଆଇଟି ନିୟମକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ କରିଥିଲେ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ କୁନାଲ କାମରା ଓ ଏଡିଟର୍ସ ଗିଲ୍ଡ। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଉପରେ ରୋକ ଲଗାଇବା ପାଇଁ ନିଜ ଆବେଦନରେ ଉଭୟ ଦାବି କରିଥିଲେ।

Central Notification  Fact Check Unit  Supreme Court