Advertisment

ପିଲାଙ୍କୁ ସ୍କୁଲମୁହାଁ କରିବାକୁ ନୂଆ ଉପାୟ; ଶ୍ରେଣୀଗୃହ ପାଲଟିଲା ସୁଇମିଂ ପୁଲ୍

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଧିକାଂଶ ରାଜ୍ୟ ସରକାର ସ୍କୁଲ ଛୁଟି କରି ଦେଇଥିବା ବେଳ ଯେଉଁଠାରେ ସ୍କୁଲ ଖୋଲା ଅଛି ସେଠାରେ ବି ଉପସ୍ଥାନ କମ୍‌ ରହୁଛି।

Class Room

Class Room

Advertisment

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବଡ଼ରୁ ଛୋଟ କେହି ଘରୁ ବାହାରୁ ନାହାନ୍ତି। ଅଧିକାଂଶ ରାଜ୍ୟ ସରକାର ସ୍କୁଲ ଛୁଟି କରି ଦେଇଥିବା ବେଳ ଯେଉଁଠାରେ ସ୍କୁଲ ଖୋଲା ଅଛି ସେଠାରେ ବି ଉପସ୍ଥାନ କମ୍‌ ରହୁଛି। ଏପରି ସ୍ଥିତିରେ ପିଲାଙ୍କୁ ସ୍କୁଲମୁହାଁ କରିବାକୁ ଅଭିନବ ଉପାୟ ଆପଣାଇଛନ୍ତି ଉତ୍ତରପ୍ରଦେଶର ଏକ ସ୍କୁଲ କର୍ତ୍ତୃପକ୍ଷ ।

Advertisment

ପାଠପଢ଼ା ସହ ପିଲାଙ୍କୁ ମଜାମସ୍ତିର ସୁଯୋଗ ଦେବାକୁ ଏକ କ୍ଲାସ୍‌କୁ ସୁଇମିଂ ପୁଲ୍‌ରେ ପରିଣତ କରି ଦେଇଛନ୍ତି କର୍ତ୍ତୃପକ୍ଷ । ପିଲା ବି ଏହାର ମଜା ନେଇ ଏବେ ସ୍କୁଲମୁହାଁ ହେବାରେ ଲାଗିଛନ୍ତି। ୟୁପିର କନୌଜରେ ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଏବେ  ଅସହ୍ୟ ଗରମ ଲୋକଙ୍କ ଅତିଷ୍ଠ କରି ପକାଉଛି। ଫଳରେ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ୁ ନ ଥିବାରୁ ଉପସ୍ଥାନ କମୁଛି। ଏଥିସହ ଏବେ ଅମଳ ସମୟ ଚାଲୁଥିବାରୁ ବାପାମା’ ପିଲାମାନଙ୍କୁ ସ୍କୁଲ ବଦଳରେ କ୍ଷେତକୁ ନେଇ ଯାଉଛନ୍ତି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି।

Advertisment

ପିଲାଙ୍କୁ ପୁଣି ସ୍କୁଲ ମୁହାଁ କରିବାକୁ ଏଭଳି ନିଆରା ଚେଷ୍ଟା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏକ କ୍ଲାସ୍‌ ରୁମ୍‌ରେ ପାଣି ଭର୍ତ୍ତି କରି ତାହାକୁ ସୁଇମିଂ ପୁଲ୍‌ କରି ଦିଆଯାଇଛି। ଛୋଟ ଛୋଟ ପିଲା କେବଳ ସୁଇମିଂ ପୁଲ୍‌ର ମଜା ନେବା ପାଇଁ ସ୍କୁଲକୁ ଆସିବା ଆରମ୍ଭ କରିଛନ୍ତି। ଏହି ଅବସରରେ ଶିକ୍ଷକ ସେମାନଙ୍କୁ ଶିକ୍ଷାଦାନ କରିବାର ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି।

ପିଲାମାନେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏହାଦ୍ୱାରା ପାଠପଢ଼ା ସହ ସେମାନଙ୍କର ଭରପୂର ମନୋରଞ୍ଜନ ହେଉଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବେ ସ୍କୁଲ ଆସୁଥିବା କହିଛନ୍ତି ପ୍ରଧାନଶିକ୍ଷକ । ଏଥିସହ ସେମାନଙ୍କୁ ସୁଇମିଂ ପୁଲ୍‌ର ନୂଆ ଅନୁଭୂତି ଦେବାକୁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପ୍ରଧାନଶିକ୍ଷକ ।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe