Advertisment

ହନ୍ତସନ୍ତ ଭିସ୍ତାରା ଯାତ୍ରୀ, କମ୍ପାନୀକୁ ଜବାବ ମାଗିଲା କେନ୍ଦ୍ର

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି।

ଅଦ୍ୟତନ ହୋଇଛି
Vistara

Vistara

Advertisment

ଭିସ୍ତାରାର ଶତାଧିକ ବିମାନ ବାତିଲ ଏବଂ ଉଡାଣ ବିଳମ୍ବକୁ ନେଇ କମ୍ପାନୀକୁ ଜବାବ ମାଗିଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA)। ମନ୍ତ୍ରଣାଳୟ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି। 

Advertisment

ଏକ ସରକାରୀ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଯେ, ଭିସ୍ତାରାର ଶତାଧିର ବିମାନ ବାତିଲ ପରିସ୍ଥିତି ଉପରେ ନଜର ରଖାଯାଇଛି। ଏନେଇ କମ୍ପାନୀକୁ ଜବାବ ଦେବାକୁ କୁହାଯାଇଛି। ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

ପ୍ରକାଶ ଥାଉକି, ଗତ କିଛି ଦିନ ହେବ ଭିସ୍ତାରା ଶତାଧିକ ବିମାନ ବାତିଲ୍ କରିବା ସହ ଉଡାଣ ବିଳମ୍ବ କରିଛି। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରି ରହୁଥିଲେ। ଲଗାତାର ଭାବେ ଏପରି ହେବାରୁ ସୋଶାଲ ମିଡିଆରେ କ୍ଷୋଭ ବ୍ୟକ୍ତ କରିଥିଲେ ଯାତ୍ରୀ। ବିମାନ ବାତିଲ୍ ହେବା ପରେ ମଧ୍ୟ କମ୍ପାନୀ ଟିକେଟ ବାବଦକୁ ଟଙ୍କା ଫେରାଉନଥିବା ଅଭିଯୋଗ କରିଥିଲେ।

Advertisment

କ୍ରମାଗତ ଭାବେ ଏପରି ଅଭିଯୋଗ ଆସିବା ପରେ କମ୍ପାନୀ ଆଜି ଏକ ପ୍ରତିକ୍ରିୟା ରଖିଛି। ପାଇଲଟ ଅଭାବ ଏବଂ ଅନ୍ୟାନ୍ୟ ସମସ୍ୟା କାରଣରୁ ବିମାନ ସଂଖ୍ୟା ହ୍ରାସ କରାଯାଇଥିବା କମ୍ପାନୀ କହିଛି। ଏହି କାରଣରୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୁବ୍ ଶୀଘ୍ର କ୍ରୁ ମେମ୍ବର ନିଯୁକ୍ତ କରାଯିବ। ଯେଉଁମାନେ ଟିକେଟ୍ କରିଥିଲେ ସେମାନଙ୍କୁ ରିଫଣ୍ଡ ହୋଇଯିବ ବୋଲି ଭିସ୍ତାରା ମୁଖପାତ୍ର କହିଥିଲେ। 

Vistara Union Ministry Of Civil Aviation Vistara Flights Vistara Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe