Advertisment

Boost For Air Force: ୯୭ ତେଜସ ଯୁଦ୍ଧ ବିମାନ ପାଇଁ ୬୨,୩୭୦ କୋଟିର ଡିଲ୍‌

୨୦୨୧ ଫେବୃଆରୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୮୩ଟି ତେଜସ ତେଜସ ଏମକେ-୧ଏ ଜେଟ୍‌ ପାଇଁ ହାଲ ସହ ୪୬,୮୯୮ କୋଟି ଟଙ୍କାର ଡିଲ କରିଥିଲା। ହେଲେ ଠିକଣା ସମୟରେ ହାଲ ବିମାନ ହସ୍ତାନ୍ତର କରିପାରି ନଥିଲା।

author-image
Hemant Lenka
Tejas

ଚୁକ୍ତି

ସ୍ୱଦେଶୀ ଯୁଦ୍ଧ ବିମାନ ପାଇଁ ସବୁଠାରୁ ବଡ଼ ଡିଲ୍‌ କରିଛନ୍ତି ଭାରତ ସରକାର। ବାୟୁସେନା ପାଇଁ କିଣା ଯିବ ୯୭ଟି ତେଜସ ଏମକେ-୧ଏ ଜେଟ୍‌। ଭାରତୀୟ ବାୟୁ ସେନା(Indian AirForce)କୁ ଏହା ଅଧିକ ସଶକ୍ତ କରିବ।

Advertisment

ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ୬୨,୩୭୦ କୋଟି ଟଙ୍କାର ଚୁକ୍ତି ହିନ୍ଦୁସ୍ତାନ ଏରୋନାଟିକ୍ସ ଲିଃ(ହାଲ) ସହ କରାଯାଇଛି। ହାଲ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ୯୭ଟି ତେଜସ ଏମକେ-୧ଏ ଜେଟ୍‌ ତିଆରି କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିବ।

ପ୍ରତିରକ୍ଷା ମନ୍ତ୍ରଣାଳୟ ୬୮ଟି ସିଙ୍ଗଲ ସିଟ ଯୁଦ୍ଧ ବିମାନ ଓ ୨୯ଟି ଟ୍ୱିନ ସିଟ୍‌ ଟ୍ରେନି ବିମାନ ପାଇଁ ହାଲ ସହ ଚୁକ୍ତି କରିଛି। ଏହି ସମସ୍ତ ଯୁଦ୍ଧ ବିମାନରେ ଭାରତୀୟ ବାୟୁସେନା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ରହିବ। ୨୦୨୭-୨୮ରେ ପ୍ରଥମ ବ୍ୟାଚ୍‌ ବିମାନ ହାଲ ପକ୍ଷରୁ ବାୟୁସେନାକୁ ଦିଆଯିବ। ଏହାପରେ ୬ ବର୍ଷ ମଧ୍ୟରେ ସମସ୍ତ ବିମାନକୁ ହସ୍ତାନ୍ତର କରାଯିବ ବୋଲି ସମୟ ଧାର୍ଯ୍ୟ ହୋଇଛି। 

Advertisment

୨୦୨୧ ଫେବୃଆରୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୮୩ଟି ତେଜସ ତେଜସ ଏମକେ-୧ଏ ଜେଟ୍‌(Bravest Fighter) ପାଇଁ ହାଲ ସହ ୪୬,୮୯୮ କୋଟି ଟଙ୍କାର ଡିଲ କରିଥିଲା। ହେଲେ ଠିକଣା ସମୟରେ ହାଲ ବିମାନ ହସ୍ତାନ୍ତର କରିପାରି ନଥିଲା। ଏବେ ହୋଇଥିବା ଡିଲ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ଅଗଷ୍ଟ ୧୯ରେ ଅନୁମୋଦନ କରିଥିଲା। 

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଯୁଦ୍ଧ ବିମାନରେ ୬୪%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯିବ। ଉତ୍ତମ UTTAM Active Electronically Scanned Array (AESA) Radar, ସ୍ୱଂୟ ରକ୍ଷା କବଚ ଓ କଣ୍ଟ୍ରୋଲ ସରଫେସ ଆକ୍ୟୁଏଟର୍ସକୁ ସ୍ୱଦେଶୀ ପ୍ରଣାଳୀରେ ବିକଶିତ କରାଯିବ।

ଏହା ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ଆହୁରି ବଳ ଯୋଗାଇବ। ଏହି ପ୍ରକଳ୍ପ ସହ ଭାରତର ପ୍ରାୟ ୧୦୫ଟି କମ୍ପାନୀ ଯୋଡ଼ି ହୋଇ ରହିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।ପାକିସ୍ତାନ ସହ ନିକଟରେ ସୃଷ୍ଟି ହୋଇଥିବା ସାମରିକ ବିବାଦ ସମୟରେ ଭାରତୀୟ ବାୟୁ ସେନା, ତା’ର ପରାକ୍ରମ ଦେଖାଇଥିଲା। ଏବେ ଭାରତୀୟ ବାୟୁସେନାକୁ ଆହୁରି ସଶକ୍ତ କରିବାକୁ ଭାରତ ସରକାର ଯୋଜନା କରିଛନ୍ତି।   

Indian AirForce Bravest Fighter