Advertisment

ଡିପଫେକ ରୋକିବାକୁ କେନ୍ଦ୍ର ସରକାର ଆଣିବେ ବିଲ୍‌

ଡିପଫେକ ସହ ଅନ୍ୟାନ୍ୟ ବିଭ୍ରାନ୍ତୀକର ଅନଲାଇନ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶରେ ନୂଆ ବିଲ ଆଣିବାକୁ ଯାଉଥିବା ଜଣାପଡ଼ିଛି।

author-image
Hemant Lenka
DeepFake

DeepFake

କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଡିଜିଟାଲ ଇଣ୍ଡିଆ ବିଲ ଆଣିବେ। ବର୍ତ୍ତମାନ ଦେଶରେ ଏଆଇ ଦ୍ୱାରା ବିଭିନ୍ନ ପ୍ରକାରର ଡିପଫେକ ବିଷୟବସ୍ତୁ ଭାଇରାଲ କରାଯାଉଛି।

Advertisment

କେଉଁଟା ସତ ଓ କେଉଁଟା ମିଛ, ତାହା ଜାଣିବା ମୁସ୍କିଲ ହୋଇ ପଡ଼ୁଛି। ଡିପଫେକ ସହ ଅନ୍ୟାନ୍ୟ ବିଭ୍ରାନ୍ତୀକର ଅନଲାଇନ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶରେ ନୂଆ ବିଲ ଆଣିବାକୁ ଯାଉଥିବା ଜଣାପଡ଼ିଛି।

ଆସିବାକୁ ଥିବା ଡିଜିଟାଲ ଇଣ୍ଡିଆ ବିଲ୍‌ରେ ଏଆଇ ଟେକ୍ନୋଲୋଜିର ସକରାତ୍ମକ ବ୍ୟବହାର ପାଇଁ ବ୍ୟବସ୍ଥା କରାଯିବ। ବିଲ ଆଣିବା ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସହ ମଧ୍ୟ ଏନେଇ ଆଲୋଚନା କରିବେ।

Advertisment

ଏହାବାଦ ଆଗାମୀ ଅଧିବେଶନରେ ୟୁଟ୍ୟୁବ ସମେତ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ପୋଷ୍ଟରେ ହେଉଥିବା ଭିଡିଓକୁ ରେଗୁଲେଟ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ବିଲ ଆଣିବେ।

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ଯାଏ ଚାଲିବ। ସେହିପରି ସଂସଦର ମୌସୁମୀ ଅଧିବେଶନ ସମ୍ଭବତଃ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ଯାଏ ଚାଲିପାରେ।

Deepfake Video Deepfake Deepfakes