Advertisment

ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ସରକାର ଉପସ୍ଥାପନ କରିଥିବା ବିଲକୁ ସମୀକ୍ଷା କରି ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜୁଲାଇ ୨୧ରେ ସଂସଦରେ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ୪,୫୦୦ ପୃଷ୍ଠାର ହୋଇଥିବା ବେଳେ ଏଥିରେ ୨୮୫ଟି ପ୍ରସ୍ତାବ ଦିଆଯାଇଛି।

IT Rule

IT Rule

Advertisment

ଚଳିତ ବର୍ଷ ଫେବୃଆରୀ ୧୩ରେ କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ ୨୦୨୫କୁ ଉପସ୍ଥାପନ କରିଥିଲେ। ଏହା ଆୟକର ଆଇନ ୧୯୬୧ର ସ୍ଥାନ ନେବାର ଥିଲା। କିନ୍ତୁ ଏହାକୁ ଆଜି କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି।

Advertisment

ନୂଆ ରୂପରେ କେନ୍ଦ୍ର ସରକାର ଆୟକର ବିଲକୁ ପୁଣି ଉପସ୍ଥାପନ କରିବେ। ଆୟକର ବିଲର ସମୀକ୍ଷା କରିବା ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୋଟିଏ ସିଲେକ୍ଟ କମିଟି ଗଠନ କରାଯାଇଥିଲା। ଏବେ ନୂଆ ବିଲରେ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ପରାମର୍ଶଗୁଡ଼ିକୁ ସାମିଲ କରାଯିବ। ଏହାପରେ ଅଗଷ୍ଟ ୧୧ରେ କେନ୍ଦ୍ର ସରକାର ନୂଆ ଆୟକର ବିଲ ଆଣିବେ।

ଆୟକର ବିଲ ୨୦୨୫ରେ ବିଭିନ୍ନ ସଂସ୍କାରର ବ୍ୟବସ୍ଥା ହୋଇଥିବା ବେଳେ ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଏହାକୁ ଦୂର କରି ସବୁ ପ୍ରକାରର ପରାମର୍ଶକୁ ସାମିଲ କରି ସଂଶୋଧିତ ତଥା ନୂଆ ରୂପରେ ଆୟକର ବିଲ ଆସିବ। ଏହାକୁ ସୋମବାର ସଂସଦରେ ଉପସ୍ଥାପନ କରାଂବ ବୋଲି ଜଣାପଡ଼ିଛି।

Advertisment

ସରକାର ଉପସ୍ଥାପନ କରିଥିବା ବିଲକୁ ସମୀକ୍ଷା କରି ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜୁଲାଇ ୨୧ରେ ସଂସଦରେ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ୪,୫୦୦ ପୃଷ୍ଠାର ହୋଇଥିବା ବେଳେ ଏଥିରେ ୨୮୫ଟି ପ୍ରସ୍ତାବ ଦିଆଯାଇଛି।

ଏଥିରେ ଏମିତି କିଛି ପ୍ରସ୍ତାବ ରହିଛି, ଯାହା ସାଧାରଣ ଲୋକଙ୍କୁ ବେଶ ଫାଇଦା ଦେବ ବୋଲି କୁହାଯାଉଛି। ସୋମବାର ଆସିବାକୁ ଥିବା ଆୟକର ବିଲ ପୁରୁଣା ୧୯୬୧ ଆଇନର ସ୍ଥାନ ନେବ।

Baijayant Panda Central Government it-bill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe