Advertisment

୧୨ ରାଜ୍ୟରେ ନୂଆ ରାଜ୍ୟପାଳ, ଛତିଶଗଡ଼ ଗଲେ ବିଶ୍ୱଭୂଷଣ

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

biswa bhusan harichandan

ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ। ୧୨ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ।

Advertisment

ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଭଗତ ସିଂ କୋଶୟାରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଗତଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈଶଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।

ସେହିପରି LT ଜେନେରାଲ କେ.ଟି ପରନାୟକଙ୍କୁ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ସିପି ରାଧାକ୍ରିଷ୍ଣନ୍‌, ଆସାମା ରାଜ୍ୟପାଳ ଭାବେ ଗୁଲାବ ଚାନ୍ଦ କଟାରିଆ ଓ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ଶିବ ପ୍ରତାପ ଶୁକ୍ଲାଙ୍କୁ ଦାୟିତ୍ୱ ଦିଆଯାଇଛି।ହିମାଚଳ ପ୍ରଦେଶ ରାଜ୍ୟପାଳ ଆର୍.ଭି. ଆର୍ଲେକରଙ୍କୁ ବିହାର ଦାୟିତ୍ୱ ଦିଆଯାଇଛି। ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନ୍ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।

Advertisment

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏସ୍‌. ଅବଦୁଲ ନଜିରଙ୍କୁ ଆନ୍ଧ୍ରପ୍ରଦେଶ ଓ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ସିକ୍କିମ୍ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ମଣିପୁର ରାଜ୍ୟପାଳ ଲା.ଗଣେଶନ୍ ନାଗାଲାଣ୍ଡର ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଓ୍ୱିକିଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।

ଅନ୍ୟପଟେ ଲଦାଖ ଉପରାଜ୍ୟପାଳ ରାଧାକ୍ରିଷ୍ଣନ୍ ମାଥୁର୍‌ଙ୍କ ଇସ୍ତଫା ଗୃହୀତ ହୋଇଛି। ତାଙ୍କ ସ୍ଥାନରେ ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି.ଡି ମିଶ୍ରାଙ୍କୁ ଉପରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି।

Andhra Pradesh President Of India