Advertisment

ଅଳ୍ପକେ ବର୍ତ୍ତିଗଲା ସିନ୍ଦେ ସରକାର, ଆଗୁଆ ଇସ୍ତଫା ଦେବା ଉଦ୍ଧବଙ୍କୁ ମହଙ୍ଗା ପଡ଼ିଲା

ଗତବର୍ଷ ଜୁନ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିବା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ଜଣ ବିଧାୟକଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
SC

SC

Advertisment

ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ଯୋଗୁ ବିଜେପି ସହ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେ ପୂର୍ବ ପରି ଶାସନ ଗାଦିରେ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ନିଜ ଆଡ଼ୁ ଇସ୍ତଫା ଦେଇଥିବାରୁ ତାଙ୍କୁ ଆଉ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ। ଯଦି ସେ ଇସ୍ତଫା ନ ଦେଇ ଥାଆନ୍ତେ, ତା’ହେଲେ ଆଉ କିଛି ଘଟିଥାଆନ୍ତା ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ଗତବର୍ଷ ଜୁନ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିବା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ଜଣ ବିଧାୟକଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି। ଏହା ଉପରେ ବୃହତ୍ତମ ସାମ୍ବିଧାନିକ ବେଞ୍ଚ ନିଷ୍ପତ୍ତି ନ ନେବା ଯାଏ ଅଯୋଗ୍ୟ କରିବାର କ୍ଷମତା ବାଚସ୍ପତିଙ୍କ ହାତରେ ରହିବ।

ଠାକେର ସରକାରଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ହୋଇଥିବା ଆବେଦନକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି। ଉଦ୍ଧବ ଠାକରେ ‌ଆସ୍ଥା ଭୋଟର ସମ୍ମୁଖୀନ ନ ହୋଇ ଆଗୁଆ ଇସ୍ତଫା ଦେଇଥିଲେ। ତେଣୁ ଏପରି ସ୍ଥିତିରେ ସର୍ବୋଚ୍ଚ ଅଦାଲତ କିଛି କରିପାରିବେ ନାହିଁ ବୋଲି କହିଛନ୍ତି।

Advertisment

ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ସିନ୍ଦେ ଗୋଷ୍ଠୀଙ୍କୁ ସୁହାଥିଲା। ଉଦ୍ଧବ ଠାକରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ହରାଇଛନ୍ତି ବୋଲି ସେ ଭୁଲରେ ଭାବି ନେଇଥିଲେ। ରାଜ୍ୟପାଳଙ୍କ ପାଖରେ ଏନେଇ କୌଣସି ଆବଶ୍ୟକ ପ୍ରମାଣ ନଥିଲା। ସେ ରାଜ୍ୟପାଳ କ୍ଷମତାକୁ ଆଇନ ଅନୁସାରେ ବ୍ୟବହାର କରି ନଥିଲେ।

ଉଦ୍ଧବ ଠାକରେ ସମର୍ଥନ ହରାଇଛନ୍ତି ବୋଲି ଭାବି ରାଜ୍ୟପାଳ ଆସ୍ଥା ଭୋଟର ନିର୍ଦ୍ଦେଶ ଦେଇଥିଲେ। ଏକନାଥ ସିନ୍ଦେ ଗ୍ରୁପକୁ ମୁଖ୍ୟ ସଚେତକ ନିଯୁକ୍ତି ପାଇଁ ଅଧିକାର ଦେଇ ବାଚସ୍ପତି ଭୁଲ କରିଥିଲେ। ଏପରି ନିଯୁକ୍ତି ପାଇଁ ରାଜନୀତିକ ଦଳର କ୍ଷମତା ରହିଛି। ଦଳୀୟ କନ୍ଦଳର ସମାଧାନ ପାଇଁ ଫ୍ଲୋର ଟେଷ୍ଟକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପୂର୍ବ ସ୍ଥିତାବସ୍ଥା ବଜାୟୀ ରଖିବା ପାଇଁ ଆବେଦନକାରୀ ଯୁକ୍ତି କରୁଛନ୍ତି। ହେଲେ ଉଦ୍ଧବ ଠାକରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହୋଇ ନଥିଲେ। ଯଦି ଉଦ୍ଧବ ଠାକରେ ଇସ୍ତଫା ଦେଇ ନଥାଆନ୍ତେ, ତା’ହେଲେ ସୁପ୍ରିମକୋର୍ଟ ତାଙ୍କୁ ପୁନଃ ସରକାରରେ ଅବସ୍ଥାପିତ କରିପାରିଥାଆନ୍ତେ। ଫ୍ଲୋର ଟେଷ୍ଟର ସମ୍ମୁଖୀନ ନ ହୋଇ ଇସ୍ତଫା ଦେଇଥିବାରୁ ପୁନଃ ସରକାର ଗଠନ ପାଇଁ ଅନୁମତି ମିଳିପାରିବ ନାହିଁ। ଉଦ୍ଧବ ଠାକରେ ଇସ୍ତଫା ଦେଇଥିବାରୁ ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରି ରାଜ୍ୟପାଳ ଠିକ କରିଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଉଦ୍ଧବ ଠାକରେଙ୍କ ପାଇଁ ସୁପ୍ରିମକୋର୍ଟରେ କିପଲ ଶିବଲ ଓ ଅଭିଷେକ ମନୁସଙ୍ଘଭୀ ପକ୍ଷ ରଖିଥିଲେ। ସେହିପରି ସିନ୍ଦେ ଗ୍ରୁପ ପାଇଁ ୫ ଜଣିଆ ଖଣ୍ଡପୀଠଙ୍କ ଆଗରେ ହରିଶ ସାଲଭେ, ନୀରଜ କୌଲ ଓ ମହେଶ ଜେଠମାଲାନି ଯୁକ୍ତି ଉପସ୍ଥାପନ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ରାୟ ଶୁଣାଇବା ପରେ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତ କହିଛନ୍ତି, “ବର୍ତ୍ତମାନ ମହାରାଷ୍ଟ୍ରରେ ବେଆଇନ ସରକାର ଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରୁ ପ୍ରମାଣିତ ହୋଇଛି। ଏହା ଆମ ପାଇଁ ଗୋଟିଏ ବଡ଼ ବିଜୟ।”

Maharashtra Govt Uddhav Thackeray Supreme Court Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe