/odisha-reporter/media/post_attachments/uploadimage/library/16_9/16_9_0/IMAGE_1710746378.jpg)
Tamilisai Soundararajan
ଇସ୍ତଫା ଦେଲେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍। ଆଜି ରାଷ୍ଟ୍ରପତି ଭବନକୁ ବିଧିବଦ୍ଧ ଭାବେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଓ ପୁଡୁଚେରୀର LG ଭାବେ ତାଙ୍କ ପାଖରେ ଅତିରିକ୍ତ ଦାୟିତ୍ୱ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବେ ତେଲଙ୍ଗାନା ଗସ୍ତରେ ଅଛନ୍ତି। ସେ ସେଠାରେ ନାରୀ ଶକ୍ତିକୁ ନେଇ ଭାଷଣ ମଧ୍ୟ ଦେଇଛନ୍ତି। ଏହାରି ଭିତରେ ତେଲଙ୍ଗାନା ରାଜ୍ୟପାଳ ଇସ୍ତଫା ଦେଇଥିବା ନେଇ ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟରା ଦାବି କରାଯାଉଛି ଯେ, ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍ ବିଜେପି ଟିକେଟ୍ରେ ତାମିଲନାଡୁରେ ନିର୍ବାଚନ ଲଢ଼ିପାରନ୍ତି।
ସେ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ।​​ କିନ୍ତୁ ସେ ହାରି ଯାଇଥିଲେ। ଏହାପୂର୍ବରୁ ୨୦୦୯ରେ ମଧ୍ୟ ସେ ଚେନ୍ନାଇ ଉତ୍ତରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେ ଡିଏମକେର TKS ଏଲାଙ୍ଗୋଭାନଙ୍କ ଠାରୁ ବିପୁଳ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ପରାଜୟର ସାମ୍ନା କରିବାକୁ ପଡିଥିଲା।
୨୦୧୯ରେ ତାମିଲିସାଇ ସୌନ୍ଦର୍ଯ୍ୟରାଜନଙ୍କୁ ତେଲଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଗତ ଦୁଇ ଦଶଦ୍ଧି ଧରି ବିଜେପିରେ ଥିବା ସୌନ୍ଦର୍ଯ୍ୟରାଜନ୍ ତାମିଲନାଡୁର ବେଶ୍ ଜଣାଶୁଣା ଚେହେରା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
