Advertisment

Governor Ravi: ଭାଷଣ ନ ଦେଇ ବିଧାନସଭାରୁ ଚାଲିଗଲେ ରାଜ୍ୟପାଳ, କହିଲେ ଏମିତି କଥା

ବିଧାନସଭା ଅଧିବେଶନର ପ୍ରଥମ ଦିନରେ ପାରମ୍ପରିକ ଭାବେ ରାଜ୍ୟପାଳମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ଗୃହରେ ପଢ଼ନ୍ତି। ହେଲେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଓ ଡିଏମକେ ସରକାର ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।

author-image
Hemant Lenka
MK-stalin

ବିଧାନସଭାରୁ ଚାଲିଗଲେ ରାଜ୍ୟପାଳ

ତାମିଲନାଡୁ ବିଧାନସଭା ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ବିବାଦ ଦେଖାଦେଇଛି। କ୍ଷମତାସୀନ ଡିଏମକେ ଦ୍ୱାରା ପ୍ରସ୍ତୁତ ଭାଷଣରେ ତଥ୍ୟଗତ ତ୍ରୁଟି ରହିଥିବା ବେଳେ ଅନେକ କଥାକୁ ବଡ଼ କରି ଚିତ୍ରିତ କରାଯାଇଛି। ଏଥିସହ ଜାତୀୟ ସଂଗୀତକୁ ଅସମ୍ମାନ କରାଯାଇଥିବା ଅଭିଯୋଗକରି ରାଜ୍ୟପାଳ ଆରଏନ ରବି ବିଧାନସଭାରେ ପାରମ୍ପରିକ ଭାବେ ଭାଷଣ ନ ଦେଇ ଚାଲି ଯାଇଛନ୍ତି। 

Advertisment

ବିଧାନସଭା ଅଧିବେଶନର ପ୍ରଥମ ଦିନରେ ପାରମ୍ପରିକ ଭାବେ ରାଜ୍ୟପାଳମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣକୁ ଗୃହରେ ପଢ଼ନ୍ତି। ହେଲେ ତାମିଲନାଡୁ ରାଜ୍ୟପାଳ(Tamilnadu Governor) ଆରଏନ ରବି ଓ ଡିଏମକେ ସରକାର ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।

ଡିଏମକେ ସରକାର ଦ୍ୱାରା ପ୍ରସ୍ତୁତ ଭାଷଣକୁ ନାପସନ୍ଦ କରି ରାଜ୍ୟପାଳ ରବି ବିଧାନସଭାରୁ ଚାଲି ଯାଇଛନ୍ତି। ସେ ବିଧାନସଭାରୁ ରାଗରେ ବାହାରି ଯାଉଥିବାରୁ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। 

Advertisment

ସେ ବିଧାନସଭାରୁ ବାହାରି ଯିବା ପରେ ରାଜ୍ୟପାଳଙ୍କ ଅଫିସ ବା ଲୋକ ଭବନ ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ ରାଜ୍ୟପାଳ ଭାଷଣ ନ ଦେଇ କାହିଁକି ବିଧାନସଭାରୁ ବାହାରି ଯାଇଛନ୍ତି, ତା’ର କାରଣ କୁହାଯାଇଛି। ବିବୃତିରେ କୁହାଯାଇଛି ଯେ ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତକୁ ଅପମାନିତ କରାଯାଇଛି। ସେହିପରି ଭାଷଣରେ ଅନେକ ତଥ୍ୟଗତ ତ୍ରୁଟି ଓ ଘଟିଥିବା କାମ ସମ୍ପର୍କରେ ଦାବି କରାଯାଇଛି। 

ବିବୃତିରେ କୁହାଯାଇଛି, “ରାଜ୍ୟପାଳଙ୍କ ଭାଷଣରେ ଅନେକ ନିରାଧାର ଦାବି ଓ ଭ୍ରମାନ୍ତକ ବୟାନ ସାମିଲ ରହିଛି। ଲୋକଙ୍କୁ ସମସ୍ୟା ସୃଷ୍ଟି କରୁଥିବା ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଭାଷଣରେ ଅଣଦେଖା କରାଯାଇଛି। ଜାତୀୟ ସଂଗୀତକୁ ପୁଣିଥରେ ଅପମାନ କରାଯାଇଛି ଓ ମୌଳିକ ସାମ୍ବିଧାନି କର୍ତ୍ତବ୍ୟକୁ ଅବହେଳା କରାଯାଇଛି।”

ତାମିଲନାଡୁର ଜାତୀୟ ସଂଗୀତ ପରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାରୁ ରାଜ୍ୟପାଳଙ୍କ ଅଫିସ ଜାତୀୟ ସଂଗୀତକୁ ଅପମାନିତ କରାଯାଇଥିବା କଥା କହିଛି।

ଲୋକ ଭବନ ବିବୃତିରେ ଅଭିଯୋଗ କରାଯାଇଛି ଯେ ତାମିଲନାଡୁ କୋଟି କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିଥିବା ନେଇ ଡିଏମକେ ସରକାର କରିଥିବା ଦାବି ସତ୍ୟତା ଠାରୁ ବହୁ ଦୂରରେ। ଅନେକ ନିବେଶ ବୁଝାମଣା କେବଳ କାଗଜକଲମରେ ସୀମିତ। ନିବେଶ ତଥ୍ୟ କହୁଛି ଯେ ତାମିଲନାଡୁ ଏବେ ନିବେଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି। ୪ ବର୍ଷ ତଳେ ତାମିଲନାଡୁ ବିଦେଶ ପାଣ୍ଠି ନିବେଶ ପ୍ରସଙ୍ଗରେ ଦେଶର ୪ର୍ଥ ସର୍ବବୃହତ୍ତ ରାଜ୍ୟ ଥିଲା। କିନ୍ତୁ ଏବେ ରାଜ୍ୟ ୬ଷ୍ଠ ସ୍ଥାନରେ ରହିବାକୁ ସଂଘର୍ଷ କରୁଛି ବୋଲି ବିବୃତିରେ କୁହାଯାଇଛି।

ବିବୃତିରେ ଆହୁରି ଅଭିଯୋଗ କରାଯାଇଛି ଯେ ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁଥିଲେ ହେଁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ପୋକସୋ ମାମଲାରେ ୫୫% ଓ ଅସଦାଚରଣ ମାମଲା ୩୩% ବଢ଼ିଥିଲେ ହେଁ ମହିଳା ସୁରକ୍ଷା ସମ୍ପର୍କରେ ଭାଷଣରେ ଉଲ୍ଲେଖ ନାହିଁ। ଦଳିତଙ୍କ ବିରୋଧରେ ଅତ୍ୟାଚାର ଓ ଦଳିତ ମହିଳାଙ୍କ ବିରୋଧରେ ଯୌନ ହିଂସା ରାଜ୍ୟରେ ଦ୍ରୁତିଗତିରେ ବୃଦ୍ଧି ପାଇଛି। ତଥାପି ଏହାକୁ ବାଇପାସ କରି ଦିଆଯାଇଛି। 

ବିବୃତିରେ ଉଲ୍ଲେଖ କରାଯାଇଛି ଯେ “ଶିକ୍ଷାର ସ୍ତର ହ୍ରାସ ପାଉଛି ଓ ଶିକ୍ଷାନୁଷ୍ଠାନରେ ପରିଚାଳନାଗତ ତ୍ରୁଟି ଯୁବଗୋଷ୍ଠୀର ଭବିଷ୍ୟତକୁ ପ୍ରଭାବିତ କରୁଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ୫୦%ରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ପଦବୀ ଖାଲି ପଡ଼ିଛି। ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଅନିଶ୍ଚିତା ମଧ୍ୟକୁ ଠେଲି ହୋଇଯାଇଛି। ହେଲେ ଲାଗୁଛି ସରକାରଙ୍କ ପ୍ରତି ଏହାର ନିଘା ନାହିଁ।” 

ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଏପରି ଆଚରଣକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ତାଙ୍କ କହିବା କଥା ଯେ ଏପରି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, “ରାଜ୍ୟପାଳ ବିଧାନସଭାରୁ ଏପରି ଢଙ୍ଗରେ ଚାଲିଯିବା ପ୍ରଚଳିତ ପରମ୍ପରା ଓ ଗାରିମାର ଉଲ୍ଲଙ୍ଘନ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣରେ ରାଜ୍ୟପାଳ ନିଜ ମତ ରଖିବାର କୌଣସି ପ୍ରାବଧାନ ନାହିଁ। ରାଜ୍ୟପାଳ ସରକାରଙ୍କ କାର୍ଯ୍ୟରେ ସହଯୋଗ କରିବା କଥା। କିନ୍ତୁ ସେ(ଆର ଏନ ରବି) ଏହା ବିରୋଧରେ ଯାଉଛନ୍ତି। ରାଜ୍ୟପାଳ ଜାଣିଶୁଣି ଏସବୁ କରିଛନ୍ତି। ତାଙ୍କ ଆଚରଣ ଗୃହ ପ୍ରତି ଅପମାନ।” 

Tamilnadu Tamilnadu Governor