Advertisment

ରାଜ୍ୟପାଳ ହାଜିର ହୋ... ଏପରି ସମନ ଜାରି କରିଥିବା ଏସଡିଏମ୍‌ ସସ୍‌ପେଣ୍ଡ

ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କ ନାମରେ ଜାରି ହେଲା ସମନ । ଏପରିକି କୋର୍ଟରେ ହାଜର ହେବାକୁ ରାଜଭବନ ପଠାଗଲା ନୋଟିସ୍‌। ଏପରି ସାଂଘାତିକ ଭୁଲ୍‌ କରିଥିବା ଅଧିକାରୀଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
UP governor

UP governor

ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କ ନାମରେ ଜାରି ହେଲା ସମନ । ଏପରିକି କୋର୍ଟରେ ହାଜର ହେବାକୁ ରାଜଭବନ ପଠାଗଲା ନୋଟିସ୍‌। ଏପରି ସାଂଘାତିକ ଭୁଲ୍‌ କରିଥିବା ଅଧିକାରୀଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି।

Advertisment

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କୁ ହାଜର ହେବାକୁ ନୋଟିସ ପଠାଇ ସସ୍‌ପେଣ୍ଡ ହୋଇଥିବା ଅଧିକାରୀଜଣକ ହେଲେ SDM(Sub Divisional Magistrate) ବିନୀତ କୁମାର । ତାଙ୍କ ସହ ପେଶକାର ବଦନ ସିଂଙ୍କୁ ବି ନିଲମ୍ବିତ କରାଯାଇଛି।

ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ଏସଡିଏମ୍‌ ବିନିତ କୁମାରଙ୍କ କୋର୍ଟ ତରଫରୁ ଏକ ଜମି ଅଧିଗ୍ରହଣ ସମ୍ବନ୍ଧିତ ମାମଲାରେ ଗତ ୭ ତାରିଖରେ ରାଜ୍ୟପାଳଙ୍କ ନାମରେ ସମନ ଜାରି କରାଯାଇଥିଲ। ଉକ୍ତ ସମନରେ ୧୮ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ଏହି ସମନ ୧୦ ତାରିଖରେ ରାଜଭବନରେ ପହଞ୍ଚିବା ପରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ଏହାପରେ ରାଜ୍ୟପାଳଙ୍କ ବିଶେଷ ସଚିବ ବଦ୍ରିନାଥ ସିଂ ଏହି ମାମଲାରେ ବଦାୟୁ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ପତ୍ର ପଠାଇଲେ। ଉକ୍ତ ପତ୍ରରେ ସ୍ପଷ୍ଟ ଭାବ ଲେଖା ଯାଇଥିଲା ରାଜ୍ୟପାଳଙ୍କୁ ସମନ ଜାରି କରିବା ସମ୍ବିଧାନର ଅନୁଚ୍ଛେଦ ୩୬୧ର ଖୋଲାଖୋଲି ଉଲ୍ଳଘଂନ । ସମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ସମନ ବା ନୋଟିସ ଜାରି କରାଯାଇ ପାରିବନି । ଭବିଷ୍ୟତରେ ଯେପରି ଏପରି ମାମଲାର ଯେପରି ପୁନରାବୃତ୍ତି ନ ହୁଏ।

ଏହାପରେ ଏହି ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜ୍ୟର ପ୍ରମୁଖ ସଚିବ ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ।

ଏନେଇ ନିଜ ସ୍ପଷ୍ଟିକରଣରେ ଏସଡିଏମ୍‌ ବିନିତ କୁମାର କହିଛନ୍ତି, ଘଟଣା ଦିନ ସେ ଛୁଟିରେ ଥିଲେ। ଏହା ପେଶକାରଙ୍କର ଭୁଲ୍‌ ହୋଇଥିବା ବେଳେ ତାଙ୍କୁ ସ୍ପଷ୍ଟିକରଣ ମଗାଯାଇଥିବା ସେ କହିଥିଲେ।

ଏହା ଏକ ସାଂଘାତିକ ତ୍ରୁଟି ହୋଇଥିବା ବେଳେ ତଦନ୍ତ  ପରେ ଏସଡିଏମ୍‌ ବିନିତ କୁମାରଙ୍କୁ ନିଲମ୍ବିତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ପେଶକାର ବଦନ ସିଂଙ୍କୁ ବି ନିଲମ୍ବିତ କରାଯାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ବଦାୟୁ ଅଧୀନ ଲୋଡା ବହେଡି ଗ୍ରାମର ଚନ୍ଦ୍ରହାସଙ୍କ ଖୁଡୀ କଟୋରୀ ଦେବୀଙ୍କ ସମ୍ପତ୍ତି ତାଙ୍କର ଜଣେ ସମ୍ପର୍କୀୟ ଚଞ୍ଚକତା କରି ନିଜ ନାମରେ କରି ଦେଇଛନ୍ତି । ଏହାପରେ ତାହାକୁ ସେ ଲେଖରାଜଙ୍କୁ ବିକି ଦେଇଥିଲେ।

କିଛି ଦିନ ପରେ ଉକ୍ତ ଜମିର କିଛି ଅଂଶକୁ ସରକାରଙ୍କ ଦ୍ୱାରା ଅଧିଗ୍ରହଣ କରାଯାଇଥିଲା। ଏହା ବଦଳରେ ଲେଖରାଜ ୧୨ ଲକ୍ଷ ଟଙ୍କା ପାଇଥିଲେ। ଏହି ଖବର ପାଇ ଚନ୍ଦ୍ରହାସ SDM କୋର୍ଟରେ ମାମଲା ରୁଜୁ କରିଥିଲ। ଏପରିକି ନିଜ ମାମଲାରେ ସେ ଲେଖରାଜ, ପିଡବ୍ଲ୍ୟୁଡିର ଅଧିକାରୀ ଓ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରିଥିଲେ। ଏହି ମାମଲାରେ ରାଜ୍ୟପାଳଙ୍କୁ ସମନ ଜାରି କରାଯାଇଥିଲା।

Uttar Pradesh Suspend;