Advertisment

୫୧ ଥର ପୁଶ ଅପ ମାରି ସମସ୍ତଙ୍କୁ ଜଳକା କଲେ ରାଜ୍ୟପାଳ

ବୟସ କେବଳ ଗୋଟିଏ ନମ୍ବର ବୋଲି ସେ ସମସ୍ତଙ୍କୁ ପ୍ରମାଣିତ କରି ଦେଖାଇଛନ୍ତି।

Ravi

Ravi

Advertisment

ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତଙ୍କୁ ନିଜର ଜଲୱା ଦେଖାଇଛନ୍ତି ତାମିଲନାଡୁର ରାଜ୍ୟପାଲ ରବୀନ୍ଦ୍ର ନାରାୟଣ ରବି। ବୟସ କେବଳ ଗୋଟିଏ ନମ୍ବର ବୋଲି ସେ ସମସ୍ତଙ୍କୁ ପ୍ରମାଣିତ କରି ଦେଖାଇଛନ୍ତି। କାରଣ ୭୩ ବର୍ଷ ବୟସରେ ମଧ୍ୟ ସେ ଗୋଟିଏ ଲୟରେ ୫୧ ଥର ପୁଶ ଅପ ମାରି ସମସ୍ତଙ୍କୁ ନିଜ ଫିଟନେସର ପ୍ରମାଣ ଦେଇଛନ୍ତି।

Advertisment

ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ମଦୁରାଇର ଭେଲାମାଲ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ୧୦ ହଜାର ଶିକ୍ଷାର୍ଥୀ ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ‌ଏମାନଙ୍କ ମଧ୍ୟରେ ଥିଲେ ୭୩ ବର୍ଷୀୟ ରାଜ୍ୟପାଳ ରବି। ସେ ଏହି ଯୋଗ କାର୍ଯ୍ୟକ୍ରମର କେବଳ ନେତୃତ୍ୱ ନେଇ ନଥିଲେ। ବରଂ ନିଜର ଫିଟନେସର ଯାଦୁ ସମସ୍ତଙ୍କୁ ଦେଖାଇଛନ୍ତି। 

ଯୋଗ ପାଇଁ ସ୍ୱତନ୍ତ୍ର ଭାବେ ଗଞ୍ଜି ଓ ଟ୍ରାକସୁଟ ପିନ୍ଧି ଆସିଥିବା ରବି ୭୩ ବର୍ଷ ବୟସରେ ମଧ୍ୟ ସେ ଦୁର୍ବଳ ହୋଇ ନାହାନ୍ତି ବୋଲି ପ୍ରମାଣିତ କରିଛନ୍ତି। ଆଇପିଏସ ଟ୍ରେନିଂ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ରବି ପ୍ରତିଟି ଯୋଗ ଆସନକୁ ବେଶ ନିକ୍ଷୁଣତାର ସହ ନିଭାଇ ଥିଲେ। 

Advertisment

ତେବେ ଏହି କାର୍ଯ୍ୟକ୍ରମର ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ପୁସ ଅପ। ଯୋଗାଭ୍ୟାସ ପରେ ରବି ଏହା କରିଥିଲେ। ସେ ସମସ୍ତଙ୍କ ଆଗରେ ଷ୍ଟେଜ ଉପରେ ଗୋଟିଏ ଥରରେ ୫୧ଟି ପୁସ ଅପ ମାରିଥିଲେ। ତାଙ୍କ ପୁସ ଅପକୁ ଦେଖି ସମସ୍ତେ ଚମକି ପଡ଼ିଥିଲେ।

ପ୍ରକୃତରେ ରବିଙ୍କ ବୟସ ୭୦ ନା ୩୦ ତା’କୁ ନେଇ ମଧ୍ୟ ସମସ୍ତେ ଆଲୋଚନା କରିଥିଲେ। ହେଲେ ରବି ୭୩ ବର୍ଷ ବୟସରେ ବେଧଡ଼କ ଅନ୍ଦାଜରେ ପୁସ ଅପ ମାରିବା ସମସ୍ତଙ୍କୁ ପ୍ରଭାବିତ କରିଛି। 

Tamilnadu Yoga Day SN Ravi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe