Advertisment

NIA, NDRF ଓ BPRD କୁ ମିଳିଲେ ନୂଆ ମୁଖିଆ

ନିର୍ବାଚନର ଅବ୍ୟବହିତ ପୂର୍ବରୁ NIA, NDRF ଓ BPRD ପରି ୩ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଙ୍କୁ ମିଳିଛନ୍ତି ୩ ନୂଆ ମୁଖିଆ। କ୍ୟାବିନେଟର ନିଯୁକ୍ତି କମିଟି ଏହି ୩ ଅଧିକାରୀଙ୍କ ନାଁରେ ଗତକାଲି ମୋହର ମାରିଛି।

author-image
Niharika Rout
ଅଦ୍ୟତନ ହୋଇଛି
NIA & NDRF

NIA & NDRF

ନିର୍ବାଚନର ଅବ୍ୟବହିତ ପୂର୍ବରୁ NIA, NDRF ଓ BPRD ପରି ୩ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଙ୍କୁ ମିଳିଛନ୍ତି ୩ ନୂଆ ମୁଖିଆ। ଆଇପିଏସ୍‌ ସଦାନନ୍ଦ ବସନ୍ତ ଦାତେ NIAର ନୂଆ ଡିଜି ନିଯୁକ୍ତ ହୋଇଥିବା ବେଳେ IPS ପୀୟୂଷ ଆନନ୍ଦ NDRFର ନୂଆ ଡିଜି ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି BPR&Dର ନୂଆ ଡିଜି ପଦ ପାଇଁ IPS ରାଜୀବ କୁମାର ଶର୍ମାଙ୍କ ନାଁ ଫାଇନାଲ କରାଯାଇଛି।

Advertisment

କ୍ୟାବିନେଟର ନିଯୁକ୍ତି କମିଟି ଏହି ୩ ଅଧିକାରୀଙ୍କ ନାଁରେ ଗତକାଲି ମୋହର ମାରିଛି। ଆସନ୍ତା ୩୧ ତାରିଖରେ ସେମାନେ ନୂଆ ଦାୟିତ୍ୱ ସମ୍ଭାଳିବେ। ଏଥିସହ ଏବେ କାର୍ଯ୍ୟରତ ଥିବା NIA ମୁଖିଆ ଦିନକର ଗୁପ୍ତା, NDRF ଚିଫ୍‌ ଅତୁଲ କରୱାଲ ଓ BPRD ଚିଫ୍‌ ବାଲାଜୀ ଶ୍ରୀବାସ୍ତବଙ୍କ ନିକଟରୁ ସେମାନେ ଦାୟିତ୍ୱ ନେବେ।

ସଦାନନ୍ଦ ବସନ୍ତ ଦାତେ ଓ ରାଜୀବ କୁମାର ଶର୍ମା ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ହୋଇଥିବା ବେଳେ ପୀୟୂଷ ଆନନ୍ଦ ୧୯୯୧ ବ୍ୟାଚ୍‌ ଅଫିସର। ୨୬/୧୧ ଆତଙ୍କୀ ହାମଲା ସମୟରେ ନିଜ ଜୀବନକୁ ବାଜି ଲଗାଇ ଆଇପିଏସ୍‌ ସଦାନନ୍ଦ ବସନ୍ତ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ରାଷ୍ଟ୍ରପତି ମେଡାଲ ମିଳି ସାରିଛି। ସେ ଏବେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ମହାରାଷ୍ଟ୍ର Anti-Terrorism Squad (ATS)ର ମୁଖିଆ ଭାବେ କାର୍ଯ୍ୟରତ ଅଛନ୍ତି।

Advertisment

BPRD ପକ୍ଷରୁ ସମଗ୍ର ଦେଶରେ ଥିବା ପୁଲିସ୍‌ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଥାଏ। ଏଥିସହ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପୁଲିସ୍‌ ଷ୍ଟେଶନ ସହ ଯୋଗାଯୋଗ ନିମନ୍ତେ ସଫ୍ଟୱେର ପ୍ରସ୍ତୁତ କରିଥାଏ। ଏଥିସହ ଗତ ୩ ମାସରେ ଏହି ସଂସ୍ଥା ପୁଲିସ୍‌ ଅଫିସରଙ୍କୁ ତାଲିମ ଦେଉଥିବା ଟ୍ରେନରମାନଙ୍କ ଟ୍ରେନିଂ ToT(training of trainer) ସମାପ୍ତ କରିଛି। ଏହି ଟ୍ରେନରମାନେ ସମଗ୍ର ଦେଶରେ ଥିବା ପୁଲିସ୍‌ ଅଫିସରଙ୍କୁ ତାଲିମ ଦେବେ।

୧୮ ହଜାର କର୍ମଚାରୀ ବିଶିଷ୍ଟ NDRF ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାଏ। ଗତବର୍ଷ ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ NDRF ଟିମ୍‌ ସାମିଲ ହୋଇଥିଲେ। ଏହାବାଦ NDRF ଟିମ୍‌ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।

Delhi Nia NDRF