Advertisment

ପେଟ୍ରୋଲିୟମ ଉପରେ ବଢ଼ିଲା ଉତ୍ପାଦନ ଶୁଳ୍କ

ଅଶୋଧିତ ତୈଳ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

ଅଦ୍ୟତନ ହୋଇଛି
crude petroleum

crude petroleum

Advertisment

ଅଶୋଧିତ ତୈଳ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଅଶୋଧିତ ପେଟ୍ରୋଲିୟମ ଉପରେ ସ୍ପେଶାଲ୍ ଆଡିସନାଲ୍ ଏକ୍ସାଇଜ୍ ଡ୍ୟୁଟି(SAED) ଅର୍ଥାତ୍ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦନ ଶୁଳ୍କକୁ ଟନ୍ ପିଛା ୧,୬୦୦ରୁ ୪,୨୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ଡିଜେଲ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏଥର କିନ୍ତୁ ଟ୍ୟାକ୍ସ ଲାଗୁ କରିଛନ୍ତି ସରକାର।

Advertisment

ଡିଜେଲ ଲିଟର ପିଛା ଏକ ଟଙ୍କା ଟ୍ୟାକ୍ସ ବୃଦ୍ଧି କରିଛନ୍ତି। ଏକ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏହି ପରିବର୍ତ୍ତନଗୁଡିକ ଅଗଷ୍ଟ ୧ ତାରିଖ ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହେବ। ପେଟ୍ରୋଲ ଉପରେ କୌଣସି ଟ୍ୟାକ୍ସ ରହିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ଜେଟ ଇନ୍ଧନ କିମ୍ବା ବିମାନ ଚଳାଚଳ ଟର୍ବାଇନ ଇନ୍ଧନ ଉପରେ ଟ୍ୟାକ୍ସ ଲାଗୁ ହେବ ନାହିଁ। ଚାଳିଶ ଦିନ ଭିତ୍ତିରେ ସରକାର ଏହି ଦ୍ରବ୍ୟ ଉପରେ ଶୁଳ୍କ ସଂଶୋଧନ କରିଛନ୍ତି।

ଅନ୍ୟପଟେ ଆଜିଠୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି। ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଛି। 

Advertisment
Govt Hike Tax Tax Diesel Crude Petroleum Govt Hikes Tax On Crude Petroleum
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe