Advertisment

ମୁଲାୟମ ସିଂହ ଯାଦବଙ୍କୁ କେନ୍ଦ୍ର ସରକାର ଉପହାସ କରିଛନ୍ତି: ସମାଜବାଦୀ ପାର୍ଟି ନେତା

ଏହି ସନ୍ମାନ କିନ୍ତୁ ସମାଜବାଦୀ ପାର୍ଟି ନେତାଙ୍କୁ ସନ୍ତୁଷ୍ଟ କରିପାରିନି।

Mulayam Singh Yadav

Mulayam Singh Yadav

Advertisment

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ  ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ଗତକାଲି କେନ୍ଦ୍ରସରକାର ପଦ୍ମବିଭୂଷଣ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ତାଙ୍କୁ ମରୋଣତ୍ତର ଭାବେ ତାଙ୍କ ନାମକୁ ମନୋନିତ କରାଯାଇଛି। କିନ୍ତୁ କେନ୍ଦ୍ରସରକାକରଙ୍କ ପକ୍ଷାରୁ ପ୍ରଦାନ କରାଯାଥିବା ଏହି ସନ୍ମାନ କିନ୍ତୁ ସମାଜବାଦୀ ପାର୍ଟି ନେତାଙ୍କୁ ସନ୍ତୁଷ୍ଟ କରିପାରିନି। ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କେନ୍ଦ୍ରର ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ମୁଲାୟମ ସିଂହ ଯାଦବଙ୍କୁ ପଦ୍ମବିଭୂଷଣ ଉପହାର ଦେଇ ତାଙ୍କ ପ୍ରତି ଉପହାସ କରଇଚନ୍ତି। ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ସନ୍ମାନରେ ସନ୍ମାନିକ ରାଯିବା ଉଚିତ ବୋଲି ସେ କହିଛନ୍ତି।

Advertisment

ରାଷ୍ଟ୍ର ପାଇଁ ମୁଲାୟମ ସିଂହଙ୍କକ ଅବଦାନ ଅତୁଳଳନୀୟ। ସେମାନେ ଯଦି ସନ୍ମାନିକ ରିବାକୁ ଚାହୁଁଛନ୍ତି ତେବେ ନେତାଜୀଙ୍କୁ ଭାରତ ରତନ୍ତ୍ରରେ ସନ୍ମାନିତ କାରିପାରିଥାନ୍ତେ ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ସ୍ୱର୍ଗତଃ ମୁଲାୟମ ସିଂ ଯାଦବ, ଜାକିର ହୁସେନଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯାଇଛି । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ୧୯୫୪ ମସିହାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ । କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ ଏବଂ ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ ।

Padma Shri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe