Advertisment

ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ୨ଟି ପର୍ଯ୍ୟାୟରେ ହେବ କାଉଣ୍ଟିଂ

ପ୍ରଥମ ପର୍ଯ୍ୟାୟ ଅର୍ଥାତ ୨୦୨୬ ଅକ୍ଟୋବର ୧ରୁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ସମେତ କେନ୍ଦ୍ର ଶାସିତ ଲଦାଖ ଓ ଜମ୍ମୁ-କଶ୍ମୀରରେ ଜନଗଣନା କରାଯିବ।

India

India

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୭ ଜନଗଣନା ପାଇଁ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ଦେଶରେ ଜନଗଣନା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ ପରେ ପ୍ରଥମଥର ପାଇଁ ଦେଶରେ ଜନଗଣନା ହେବ। ଜନଗଣନା ସଂକ୍ରାନ୍ତ ବିଜ୍ଞପ୍ତିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ଦେଶର ଜନଗଣନା ସମୟରେ ଜାତି ଭିତ୍ତିକ କାଉଣ୍ଟିଂ ମଧ୍ୟ ଅନୁଷ୍ଠିତ ହେବ। ମୋଟ ୨ଟି ପର୍ଯ୍ୟାୟରେ ଜନଗଣନା ହେବ। ପ୍ରଥମ ପର୍ଯ୍ୟାୟ ଅର୍ଥାତ ୨୦୨୬ ଅକ୍ଟୋବର ୧ରୁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ସମେତ କେନ୍ଦ୍ର ଶାସିତ ଲଦାଖ ଓ ଜମ୍ମୁ-କଶ୍ମୀରରେ ଜନଗଣନା କରାଯିବ।

ଏଠାରେ ତୁଷାର ପାତର ଆଶଙ୍କା ଥିବାରୁ ଏହି ସବୁ ସ୍ଥାନରେ ଆଗୁ ଜନଗନା କରାଯିବ। ଏହାପରେ ଦେଶର ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୨୭ ମସିହା ମାର୍ଚ୍ଚ ୧ରୁ ଜନଗଣନା କରାଯିବ।

Advertisment

୨୦୧୧ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଜନଗଣନା ହୋଇଥିଲା। ସେତେବେଳେ ମଧ୍ୟ ଦୁଇଟି ପର୍ଯ୍ୟାୟରେ ଦେଶରେ ଜନଗଣନା କରାଯାଇଥିଲା। ପ୍ରଥମେ ୨୦୧୦ ଏପ୍ରିଲରୁ ସେପ୍ଟେମ୍ବର ଯାଏ ଗଣନା ଚାଲିଥିଲା।

ଏହାପରେ ୨୦୧୧ ଫେବୃଆରୀରୁ ବଳକା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜନଗଣନା କରାଯାଇଥିଲା। ସେତେବେଳେ ଦେଶର ଜନସଂଖ୍ୟା ୧,୨୧୦,୮୫୪,୯୭୭ ବା ୧.୨୧ ବିଲିୟନରୁ ଅଧିକ ରହିଥିଲା।

India Census
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe