Advertisment

ବଜେଟରେ ଚାଷୀ ଓ କୃଷି ପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି

ବଜେଟ ଉପସ୍ଥାନ ବେଳେ ସରକାର ଘୋଷଣା କରିଛନ୍ତି ଯେ କୃଷି ଋଣ ପରିମାଣ ୧୧% ବୃଦ୍ଧି ହୋଇ ୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ।

Budget

Budget

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ହାତ ବୁଣା ଶାଢ଼ୀ ପିନ୍ଧି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାନ କରିଛନ୍ତି। ବଜେଟରେ କୃଷି ମନ୍ତ୍ରଣାଳୟ ପାଇଁ ୧,୨୫,୦୩୫.୭୯ ବ୍ୟୟବରାଦ କରାଯାଇଛି। ତେବେ ଚାଷୀମାନଙ୍କ ପାଇଁ ବଜେଟରେ କ’ଣ ସବୁ ବ୍ୟବସ୍ଥା ହୋଇଛି?

Advertisment

ବଜେଟ ଉପସ୍ଥାନ ବେଳେ ସରକାର ଘୋଷଣା କରିଛନ୍ତି ଯେ କୃଷି ଋଣ ପରିମାଣ ୧୧% ବୃଦ୍ଧି ହୋଇ ୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଋଣ ପରିମାଣ ବା ଟାର୍ଗେଟ ୧୮ ଲକ୍ଷ କୋଟି ଟଙ୍କା ରହିଥିଲା। କିନ୍ତୁ ଚାଷୀମାନେ ଏହା ମଧ୍ୟରୁ କେତେ ଟଙ୍କା ଋଣ ନେଇଛନ୍ତି, ତା’ର ତଥ୍ୟ ମିଳିନି।

ସୀତାରମଣ ତାଙ୍କ ବଜେଟ ଭାଷଣରେ କହିଛନ୍ତି, କେନ୍ଦ୍ର ସରକାର ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିବେ। ରୋଗମୁକ୍ତ ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ୨,୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାବାଦ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଗୋଟିଏ ନୂଆ ସବ୍‌ ସ୍କିମ ଆରମ୍ଭ ହେବ। ଏଥିପାଇଁ ୬,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଟାର୍ଗେଟ ରଖାଯାଇଛି। ଏହାଦ୍ୱାରା ମତ୍ସ୍ୟଜୀବୀ, ମତ୍ସ୍ୟ ବିକାଳୀ ଓ ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ମଧ୍ୟରେ ଉପଯୁକ୍ତ ସମ୍ବନୟ ସ୍ଥାପନ ହେବା ସହ ମାର୍କେଟର ଆକାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Advertisment

ସରକାର କୃଷି ଋଣ ପରିମାଣକୁ ପ୍ରାୟ ପ୍ରତିବର୍ଷ ବଜେଟରେ ବୃଦ୍ଧି କରୁଛନ୍ତି। ସାଧାଣତଃ କୃଷି ଋଣ ଉପରେ ୯% ସୁଧ ଲାଗୁ ହୋଇଥାଏ। କିନ୍ତୁ ସରକାର ମାର୍କେଟ ମୂଲ୍ୟ ତୁଳନାରେ ଅଳ୍ପ ପରିମାଣର କୃଷି ଋଣ ପାଇଁ କମ ସୁଧ ନେଉଛନ୍ତି। ସରକାର ୩ ଲକ୍ଷ ଟଙ୍କା ଯାଏ ଋଣ ଉପରେ ୨% ସବସିଡି ଦେଇ ୭% ସୁଧ ନେଉଛନ୍ତି।

Budget2023 Union Budget 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe