Advertisment

ବଦଳିଲା ରାଷ୍ଟ୍ରପତି ଭବନରେ ଥିବା  ‘ମୋଗଲ ଗାର୍ଡେନ’ର ନାମ

ଏହାର ରୋଜ ଗାର୍ଡେନରେ ପ୍ରାୟ ୧୩୫ ପ୍ରକାରର ଗୋଲାପ ଅଛି।

ଅଦ୍ୟତନ ହୋଇଛି
Mughal Garden

Mughal Garden

Advertisment

କେନ୍ଦ୍ର ସରକାର ଶନିବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା  ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି। ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା 'ଅମୃତ ମହୋତ୍ସବ'ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦୟାନକୁ ପରିବର୍ତ୍ତନ କରିଛନ୍ତି।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡେପୁଟି ପ୍ରେସ ସେକ୍ରେଟାରୀ ନାବିକା ଗୁପ୍ତା କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ 'ଆଜାଦୀକା ଅମୃତ ମହୋତ୍ସବ' ପାଳନ କରୁଥିବାରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ନାମ ବାଛିଛନ୍ତି।

 ରବିବାର  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାର ନୂଆ କରି ନାମିତ ହୋଇଥିବା ଏହି ଗାର୍ଡ଼େନକୁ ଉଦଘାଟନ କରିଛନ୍ତି। ଜାନୁୟାରୀ ୩୧ ରୁ ମାର୍ଚ୍ଚ ୨୬ପର୍ଯ୍ୟନ୍ତ ଦୁଇମାସ ପାଇଁ ଏହା ଖୋଲା ରହିବ। ଏହି ଉଦ୍ୟାନ ଏକ ମାସ ପାଇଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ସାଧାରଣତଃ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ଗାର୍ଡ଼େନରେ ଫୁଲ ଫୁଟି ଥାଏ। ଏହି ଗାର୍ଡେନରେ ୧୨ ପ୍ରକାରର ଟ୍ୟୁଲିପ ଫୁଲ ରହିଛି । ୧୩୮ ପ୍ରକାରର ଗୋଲାପ, ୭୦ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ବସନ୍ତୠତୁରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା । ଏହାର ରୋଜ ଗାର୍ଡେନରେ ପ୍ରାୟ ୧୩୫ ପ୍ରକାରର ଗୋଲାପ ଅଛି। ଏହି ରୋଜ ଗାର୍ଡେନକୁ ଦୁନିଆର ସବୁଠାରୁ ସୁନ୍ଦର ଏବଂ ସର୍ବୋତ୍ତମ ଉଦ୍ୟାନ କୁହାଯାଏ । ମୋଗଲ ବଗିଚାରେ ଦୁଇଟି ଭିନ୍ନ ଉଦ୍ୟାନ ଅଛି। ଗୋଟିଏ ମୋଗଲ ଶୈଳୀ ଏବଂ ଅନ୍ୟଟି ଇଂରେଜ ଫୁଲ ବଗିଚା । ଚଳିତ ବର୍ଷ ଏହି  ଗାର୍ଡେନରେ ଲୋକେ ଟ୍ୟୁଲିପ୍‌, ମୋଗ୍ରା-ମୋତିଆ, ରଜନୀଗନ୍ଧା, ବେଲା, ରାତ୍‌ କି ରାନୀ, ଜୁଇ, ଚମ୍ପା-ଜସ୍ମିନ ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଫୁଲ ଦେଖିପାରିବେ।

Advertisment
President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe