Advertisment

ବଜେଟ ୨୦୨୩ : ରେକର୍ଡ ୧୫.୪ ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର

ନିଜର ବ୍ୟୟ ଅଟକଳକୁ ଠିକ୍‌ ରଖିବା ଓ ଦେଶର ଅର୍ଥନୀତିକୁ ଟ୍ରାକ୍‌ରେ ରଖିବା ପାଇଁ କେନ୍ଦ୍ର ସରକାର ଏପରି ଋଣ କରିବା ପାଇଁ ଯାଉଛନ୍ତି।

Budget

Budget

Advertisment

କେନ୍ଦ୍ର ସରକାର ବଜେଟରେ ବଡ଼ବଡ଼ ବ୍ୟବସ୍ଥା କରିବା ସହ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ତେବେ ଆର୍ଥିକ ବର୍ଷ ୨୦୨୪ରେ ସରକାର ଲକ୍ଷ୍ୟ ଅନୁଯାୟୀ ରାଜସ୍ୱ ସଂଗ୍ରହ କରିପାରିବେ ନାହିଁ ବୋଲି ଆଶଙ୍କା କରିଛନ୍ତି। ରାଜସ୍ୱ ନିଅଣ୍ଟକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ୧୫.୪ ଲକ୍ଷ କୋଟି ଟଙ୍କାର ଋଣ ଆଣିବେ। ନିଜର ବ୍ୟୟ ଅଟକଳକୁ ଠିକ୍‌ ରଖିବା ଓ ଦେଶର ଅର୍ଥନୀତିକୁ ଟ୍ରାକ୍‌ରେ ରଖିବା ପାଇଁ କେନ୍ଦ୍ର ସରକାର ଏପରି ଋଣ କରିବା ପାଇଁ ଯାଉଛନ୍ତି।

Advertisment

୨୦୨୩ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମୋଟ ୧୪.୨୧ ଲକ୍ଷ କୋଟି ଟଙ୍କା ଋଣ କରିବେ। ତେବେ ୨୦୨୪ ଆର୍ଥିକ ବର୍ଷରେ ଏହାଠାରୁ ଆହୁରି ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୧୪.୨୧ ଲକ୍ଷ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାନୁଆରୀ ୨୭ ସୁଦ୍ଧା ୧୨.୯୩ ଲକ୍ଷ କୋଟି ଟଙ୍କାର ଋଣ କରି ସାରିଛନ୍ତି। ଯାହା ମୋଟ ଋଣ ଅଟକଳର ୯୧%। ସରକାର ବାରମ୍ବାର ଋଣ କରୁଥିବା ବେଳେ ସବସିଡି ବିଲ୍‌ ମଧ୍ୟ ବୃଦ୍ଧି କରିଛନ୍ତି।

Advertisment

ଏହା ସତ୍ତ୍ୱେ ସରକାର ବିତ୍ତୀୟ ନିଅଟକୁ ୬.୪% ରହିବ ବୋଲି ଦମ୍ଭୋକ୍ତି କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଋଣ ବ୍ୟତୀତ ମୋଟ ଆୟ ୨୭.୨ ଲକ୍ଷ କୋଟି ଟଙ୍କା ରହିବ ଓ ମୋଟ ବ୍ୟୟ ୪୫ ଲକ୍ଷ କୋଟି ଟଙ୍କା ରହିବ।

ନୂଆ ଟିକସ ଆୟ ୨୩.୩ ଲକ୍ଷ କୋଟି ଟଙ୍କା ହେବ ବୋଲି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏଥିସହ ୨୦୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୯% ରହିବ ବୋଲି ସେ କହିଛନ୍ତି।

Budget2023 Union Budget 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe