Advertisment

ପାଠ ପଢ଼ି ବେକାର ଥିଲେ ମିଳିବ ଭତ୍ତା, ଏପ୍ରିଲ ୧ରୁ ମାସକୁ ୨୫୦୦ ଟଙ୍କା

ଉଚ୍ଚ ଶିକ୍ଷା ଲାଭ କରି ହାତରେ ଚାକିରି ନଥିଲେ ମଳିବ ଭତ୍ତା।

author-image
Tapas Behera
ଅଦ୍ୟତନ ହୋଇଛି
Exam

Exam

ପାଠ ପଢ଼ି ବେକାରୀ ଥିଲେ ମିଳିବ ଭତ୍ତା। ଉଚ୍ଚ ଶିକ୍ଷା ଲାଭ କରି ହାତରେ ଚାକିରି ନଥିଲେ ମଳିବ ଭତ୍ତା। ସର୍ବନିମ୍ନ ଯୁକ୍ତ ୨ ପାସ୍‌ କରିଥିଲେ ମିଳିବ ଭତ୍ତା। ମାସକୁ ୨୫୦୦ ଟଙ୍କା ମିଳିବ ଭତ୍ତା। କଥା ଦେଇ କଥା ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଆସନ୍ତା ଏପ୍ରିଲରୁ ଛତିଶଗଡ଼ରେ ବେକାରୀ ଶିକ୍ଷିତ ଯୁବକଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା ହୋଇଛି। ମାସକୁ ଅଢ଼େଇ ହଜାର ଟଙ୍କା ପ୍ରଦାନ ଲାଗି ଛତିଶଗଡ଼ ସରକାର ଘୋଷଣା କରିଛନ୍ତି। ଛତିଶଗଡ଼ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଯେଉଁମାନେ ଦ୍ୱାଦଶ ଶ୍ରେଣୀ ପାସ୍ କରି ଚାକିରି ନାହିଁ ସେମାନଙ୍କୁ ମାସକୁ ୨,୫୦୦ ଟଙ୍କା ପ୍ରଦାନ କରାଯିବ। ଯେଉଁମାନଙ୍କ ପାରିବାରିକ ଆୟ ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କାରୁ କମ୍‌ ସେମାନେ ସରକାରଙ୍କ ଏହି ସ୍କିମ୍‌ରେ ଯୋଗ୍ୟ ବିବେଚିତ ହେବେ।

Advertisment

ଏଥିସହ ପରିବାରର ଜଣେ ସଦସ୍ୟ ହିଁ ଏହି ଭତ୍ତା ପାଇଁ ଆବେଦନ କରିପାରିବେ ।ତେବେ ମନ୍ତ୍ରୀ, ପୂର୍ବତନମନ୍ତ୍ରୀ, ସଂସଦର ସଦସ୍ୟ, ବିଧାନସଭା ସଦସ୍ୟ, ଚେୟାରମ୍ୟାନ, ମହାନଗର ନିଗମର ଓ ମହାନଗର ପରିଷଦର ପୂର୍ବତନ ଅଧ୍ୟକ୍ଷଙ୍କ ପରିବବାର ସଦସ୍ୟ ଏହି ସ୍କିମରେ ଆବେଦନ କରିପାରିବେ ନାହିଁ।

ସେହିପରି ମାସିକ ଭତ୍ତା ପାଇବାର ବର୍ଷକ ମଧ୍ୟରେ ଯଦି କୌଣସି ଚାକିରି ନପାଆନ୍ତି, ତା’ହେଲେ ସରକାର ଏହି ଭତ୍ତାର ସମୟ ସୀମାକୁ ଆଉ ବର୍ଷକ ପାଇଁ ବଢ଼ାଇବେ ବୋଲି ଘୋଷଣା ହୋଛି। ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାଜ୍ୟର ବେକାର ଯୁବକଙ୍କ ପାଇଁ ଏହି ଉପହାର ଘୋଷଣା କରିଥିଲେ। ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ବେକାରୀ ଭତ୍ତା ଘୋଷଣା କରିଛନ୍ତି। ବର୍ଷର ଶେଷ ନଭେମ୍ବର ମାସରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ଦେଇଥିବା ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କୁ କିଛି ମାତ୍ରାରେ ଆରାମ ଦେବ, କିନ୍ତୁ ଏକ ପ୍ରଶ୍ନ ଉଠିବ ଯେ କେତେ ଦିନ ଯାଏ ଏପରି ବେକାରି ଭତ୍ତାରେ ଗୁଜୁରାଣ ମେଣ୍ଟିବ?

Advertisment
India