Advertisment

ରାଷ୍ଟ୍ରପତି ଭବନରେ ଭବ୍ୟ ଡିନର ପାର୍ଟି, ସାମିଲ ହେଲେ ବହୁ ରାଷ୍ଟ୍ର ମୁଖ୍ୟ

ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଭବ୍ୟ ଡିନର ପାର୍ଟି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ପଡ଼ୋଶୀ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।

author-image
Niharika Rout
Dinner Party

Dinner Party

କେନ୍ଦ୍ରରେ ମୋଦି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ଅତିଥିଙ୍କୁ ନୈଶ୍ୟ ଭୋଜିରେ ଆପାୟିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଭବ୍ୟ ଡିନର ପାର୍ଟି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ପଡ଼ୋଶୀ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।

Advertisment

ଡିନର ପାର୍ଟିରେ ଯୋଗ ଦେଇଥିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜଜୁ, ସିସେଲ୍ସ ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ୍, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଓ ଭୁଟାନର ପ୍ରଧାନମନ୍ତ୍ରୀ ଥେରିଂ ତୋବଗେ। ପାକିସ୍ତାନ ଓ ଚୀନକୁ ଛାଡ଼ି ୭ ପଡ଼ୋଶୀ ଦେଶର ଶୀର୍ଷ ନେତା ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ମୋଦି ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଗତକାଲି ଶପଥ ଗ୍ରହଣ କରିଛନ୍ତି। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ମୋଦିଙ୍କ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଛାଡ଼ି ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ରହିଥିଲେ। ପ୍ରାୟ ୯ ହଜାରରୁ ଅଧିକ ଅତିଥିଙ୍କ ସାମ୍ନାରେ ମୋଦି ୩.୦ ସରକାର ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ୫୦ ଜଣ କିନ୍ନର ମଧ୍ୟ ଶପଥ ପାଠ ଉତ୍ସବର ମୁଖସାକ୍ଷୀ ବନିଛନ୍ତି।

Advertisment

ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆରମ୍ଭର ସାକ୍ଷୀ ଭାରତର ପଡ଼ୋଶୀ ରାଷ୍ଟ୍ରର ମୁଖ୍ୟମାନେ ବନିଛନ୍ତି। ପଡ଼ୋଶୀ ପ୍ରଥମ ନୀତିରେ ଭାରତ ପକ୍ଷରୁ ଏମାନଙ୍କ ନିମନ୍ତ୍ରଣ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥ, ସିସେଲ୍ସର ଉପ ରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିଥିଲେ।

ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁଇଜୁଙ୍କ ପ୍ରଥମ ଭାରତ ଗସ୍ତ। ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିଲେ ମଧ୍ୟ ମୁଇଜୁ ଭାରତ ଆସି ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି।

ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ବିଜେପି ଭେଟରାନ ମୁରଲୀ ମନୋହର ଯୋଶୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଭିନେତା ଅକ୍ଷୟ କୁମାର, ରଜନୀକାନ୍ତ, ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ମୁକେଶ ଆମ୍ବାନୀ, କୁମାର ମଙ୍ଗଲମ ବିର୍ଲା ପ୍ରମୁଖ ମୋଦିଙ୍କ ଶପଥ ପାଠ ବେଳେ ଉପସ୍ଥିତ ରହିଥିଲେ।

PM Modi Modi 3.0