Advertisment

୧୦୧ ବର୍ଷରେ ଆଖି ବୁଜିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ

ଜୁନ ୨୩ରେ ଅଚ୍ୟୁତାନନ୍ଦନ ହୃଦଘାତର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କୁ ଥିରୁଅନନ୍ତପୁରମ ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Kerala

Kerala

Advertisment

ଭେଟରାନ ସିପିଏମ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦନ ଆଉ ନାହାନ୍ତି। ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଅଚ୍ୟୁତାନନ୍ଦଙ୍କୁ ୧୦୧ ବର୍ଷ ହୋଇଥିଲା।

Advertisment

ଜୁନ ୨୩ରେ ଅଚ୍ୟୁତାନନ୍ଦନ ହୃଦଘାତର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କୁ ଥିରୁଅନନ୍ତପୁରମ ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଉକ୍ତ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟର ମଧ୍ୟରେ ରହିଥିଲେ। ହେଲେ ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ଅଚ୍ୟୁତାନନ୍ଦନ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅଚ୍ୟୁତାନନ୍ଦନଙ୍କ ଦେହାନ୍ତ ଖବରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ସିପିଏମ ରାଜ୍ୟ ସମ୍ପାଦକ ଏମଭି ଗୋବିନ୍ଦନ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ସେମାନେ ସେଠାରେ ପରିବାର ଲୋକଙ୍କୁ ଦେଖା କରିବା ସହ ଅଚ୍ୟୁତାନନ୍ଦନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲେ।

Advertisment

୨୦୧୯ରେ ଛୋଟ ଧରଣର ଷ୍ଟ୍ରୋକ ଯୋଗୁ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ୨୦୨୧ରେ ଅଅଚ୍ୟୁତାନନ୍ଦନ ପ୍ରଶାସନିକ ସଂସ୍କାର କମିଟିର ଅଧ୍ୟକ୍ଷ ପଦ ଛାଡ଼ି ଥିଲେ। ସେବେଠାରୁ ସେ ଥିରୁଅନନ୍ତପୁରମରେ ରହୁଥିବା ନିଜ ପୁଅ କିମ୍ବା ଝିଅଙ୍କ ପାଖରେ ସମୟ କାଟୁଥିଲେ। 

ଅଚ୍ୟୁତାନନ୍ଦନ ୨୦୦୧ରୁ ୨୦୦୬ ଯାଏ ବିରୋଧୀ ଦଳର ନେତା ଭାବେ କାମ କରିଥିଲେ। ଏହି ସମୟରେ ସେ ଏକେ ଆନ୍ଥୋନୀଙ୍କ ୟୁଡିଏଫ ସରକାରଙ୍କୁ ଟାର୍ଗେଟ କରୁଥିଲେ। ୨୦୦୬ରେ ସିପିଏମ ନେତୃତ୍ୱାଧୀନ ବାମ ମେଣ୍ଟ ବିଜୟୀ ହୋଇଥିଲା। ଏହାପରେ ଅଚ୍ୟୁତାନନ୍ଦନ ୨୦୦୬ରୁ ୨୦୧୧ ଯାଏ କେରଳର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

୨୦୧୧ରେ ସେ ଏଲଡିଏଫର ପ୍ରଚାର ଦାୟିତ୍ୱ ନେଇଥିଲେ। ଏଥିସହ କ୍ରମାଗତ ଦ୍ୱିତୀୟ ଥର ବିଜୟ ହେବାର ନିକଟର ହୋଇ ଯାଇଥିଲେ। କିନ୍ତୁ ଓମେନ ଚାଣ୍ଡିଙ୍କ ୟୁଡିଏଫ ୭୨ଟି ଆସନ ଜିତି ସରକାର ଗଠନ କରିଥିଲା। ଅଚ୍ୟୁତାନନ୍ଦନଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe