/odisha-reporter/media/media_files/2026/03/05/women-2026-03-05-14-56-42.jpg)
ଘଟଣା ବେଳର ଦୃଶ୍ୟ
ହୋଲି ଖେଳ ବେଳେ ସୀମା ଲଙ୍ଘିଛନ୍ତି ଜଣେ ବୟସ୍କ ମହିଳା। ହୋଲି ଦିନ ୪ ବର୍ଷର ନାତି ଖୁସି ହୋଇ ବୁଢ଼ୀ ମା’କୁ ରଙ୍ଗ ପାଣି ଭର୍ତ୍ତି ପିଚକାରୀ ମାରିବାକୁ ଚାହୁଁଥିଲା। ହେଲେ ଏଥିରେ ରାଗି ଯାଇ ବୁଢ଼ୀ ମା’ ଜଣଙ୍କ ଘଟାଇଛନ୍ତି ଭୟଙ୍କର କାଣ୍ଡ।
ନାତି ପିଚକାରୀ ମାରିବାକୁ ଚେଷ୍ଟା କରୁଥିବା ବେଳେ ବୁଢ଼ୀ ମା’ ଜଣଙ୍କ ରାଗି ଯାଇ ତା’ ଉପରେ ଢାଳି ଦେଇଛନ୍ତି ଗୋଟିଏ ବାଲଟି ତତଲା ପାଣି। ଏଥିଯୋଗୁ ୪ ବର୍ଷର ପିଲାଟ ଭୟଙ୍କର ଭାବେ ପୋଡ଼ି ଯାଇଛି। ମହାରାଷ୍ଟ୍ରର ନାଗପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।
ପୂରା ଘଟଣା ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ୪ ବର୍ଷର ପିଲାଟି ତା’ର ବୁଢ଼ୀ ମା’ ସିନ୍ଧୁ ଠାକରେଙ୍କୁ ରଙ୍ଗ ପାଣିଥିବା ପିଚକାରୀ ମାରିବାକୁ ଚେଷ୍ଟା କରୁଛି। ଏହି ସମୟରେ ସିନ୍ଧୁ ଗୋଟିଏ ବାଲଟିରେ ତତଲା ପାଣି ଧରିଥିଲେ। ପିଲାଟି ରଙ୍ଗ ପାଣି ମାରିବାରୁ ଏଥିରେ ସେ ରାଗି ସିଧା ବାଲଟିରେ ଥିବା ସବୁ ତତଲା ପାଣିକୁ ତା’ ଉପରେ ଢାଳି ଦେଇଥିଲେ। ତତଲା ପାଣି ପଡ଼ିବା ପରେ ପିଲାଟି କେବଳ ଛାଟିପିଟି ହେବାରେ ଲାଗିଥିଲା। ତା’ ଦେହରୁ ଧୂଆଁ ବାହାରୁଥିବା ମଧ୍ୟ ଦେଖା ଯାଉଛି।
#SHOCKING : Grandmother pours boiling water on 4-year-old for splashing colour on her on Holi
— dolliee Baghel (@BaghelDolliee) March 5, 2026
The boy was seen writhing in pain and crying after his grandmother poured boiling water on him when he tried to splash coloured water on her during Holi in Maharashtra's Nagpur pic.twitter.com/5uSwInwxnC
ଭିଡିଓରେ ଦେଖା ଯାଉଛି ଯେ ଆଉ ଜଣେ ମହିଳା ପିଲାଟିକୁ ଯନ୍ତ୍ରଣାରୁ ଆଶ୍ୱସ୍ତି ଦେବାକୁ ଥଣ୍ଡା ପାଣି ଢାଳୁଛନ୍ତି। ପିଲାଟି ଯନ୍ତ୍ରଣାରେ ଛାଟିପିଟି ହେବାରୁ ତା’କୁ ହସ୍ପିଟାଲ ନିଆଯାଇଛି। କିନ୍ତୁ ପିଲାଟିର ଅଣ୍ଟା ତଳକୁ ୪୫% ଅଂଶ ପୋଡ଼ି ଯାଇଥିବା ପୁଲିସ୍ କହିଛି।
ପିଲାଟିର ଚିକିତ୍ସା ହସ୍ପିଟାଲରେ ଚାଲିଥିବା ବେଳେ ପୁଲିସ୍ ସିନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
